Devotional atmosphere at Maa Tarini's Peetha for Chaiti Parba

ଘଟଗାଁ ମା’ ତାରିଣୀଙ୍କ ପୀଠରେ ଧୁମଧାମରେ ପାଳିତ ହେଉଛି ଚଇତି ପର୍ବ । ଶ୍ରଦ୍ଧାଳୁଙ୍କ ଗହଳିରେ କମ୍ପି ଉଠୁଛି ପରିବେଶ । ୭ ଦିନ ଧରି ପାଳିତ ହେଉଥିବା ଚଇତି ଯାତ ର ଆଜି ତୃତୀୟ ଦିନ। ପୂଜାର୍ଚ୍ଚନା ପାଇଁ ମା’ଙ୍କ ପାଖରେ ଭିଡ଼ ଜମାଇଛନ୍ତି ଶ୍ରଦ୍ଧାଳୁ । ପୀଠରେ ଭାଗବତ ପାଠ, ଚଣ୍ଡୀ ପାଠ, ସତ୍ୟ ନାରାୟଣ ପୂଜା ଓ ହୋମ ଯଜ୍ଞ ଚାଲିଛି । ସକାଳୁ ମା’ଙ୍କ ସ୍ନାନ କାର୍ଯ୍ୟ ବାଳଧୂପ ପରେ ମା’ଙ୍କୁ ସୁନାବେଶ ଲାଗି କରାଯାଏ । ମା’ ଙ୍କର ଦୁର୍ଲଭ ସୁନାବେଶକୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥାଏ । ପ୍ରତିବର୍ଷ ଚଇତି ପର୍ବ ବେଳେ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଭିନ୍ନ ଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୁଏ ।

Spread the love