ଗ୍ରୀଷ୍ମକାଳୀନ ବୁଲାବୁଲି

ମୁଣ୍ଡ ଉପରେ ଟାଇଁ ଟାଇଁ ଖରା । ଦିନକୁ ଦିନ ତାତି ବି ବଢୁଛି । ଅସହ୍ୟ ଉତ୍ତପ୍ତରେ ବ୍ୟତିବ୍ୟସ୍ତ ଶରୀର । ଆଉ ଏହି ଗ୍ରୀଷ୍ମ ଋତୁର ଅସହ୍ୟ ଯନ୍ତ୍ରଣାରୁ ମୁକ୍ତି ପାଇଁ ସମସ୍ତଙ୍କ ମନ । ଏଥିପାଇଁ ଖାଦ୍ୟପେୟ, ପୋଷାକ ସହ ନିତିଦିନିଆ ଜୀବନ ଶୈଳୀରେ ପରିବର୍ତ୍ତନ ସହ ଶୀତଳ ପରିବେଶରେ ଦିନ କଟାଇବାକୁ ମଧ୍ୟ ଲୋକେ ଚାହିଁଥାନ୍ତି ।  ଆଉ ଏହି ଶୀତଳ ପରିବେଶର ଅଭାବ ନାହିଁ ଆମର ସୁନ୍ଦର ରାଜ୍ୟ ଓଡ଼ିଶାରେ । ଏଇଠି ରହିଛି ସବୁଜ ବନାନୀ ଘେରା ଅନେକ ଛୋଟବଡ଼ ଜଳପ୍ରପାତ, ଯେଉଁଠି ଅସହ୍ୟ ତାତିରୁ ମିଳେ ଆଶ୍ବସ୍ତି ଓ ମନକୁ ମିଳେ ତୃପ୍ତି । କଂକ୍ରିଟ ଜଙ୍ଗଲରୁ କିଛି ଦିନ ପାଇଁ ଦୂରେଇ ରହି ପ୍ରକୃତି କୋଳରେ ସମୟ କଟାଇବାକୁ ଚାହୁଁଥିଲେ ଆପଣଙ୍କ ଅପେକ୍ଷାରେ ସୁନ୍ଦର ସୁନ୍ଦର ଜଳପ୍ରପାତ। ତେବେ ଡେରି ନକରି ଆଜି ହିଁ ପ୍ଲାନ କରନ୍ତୁ ଏବଂ ଆଉ ଏହି ସ୍ଥାନରୁ ନିଅନ୍ତୁ ଗ୍ରୀଷ୍ମକାଳୀନ ବୁଲାବୁଲିର ଭରପୁର ଆନନ୍ଦ ।

ଗଣ୍ଡାହାତୀ ଜଳପ୍ରପାତ, ଗଜପତି

ବିଭିନ୍ନ ସ୍ତୁପ, ପ୍ରାସାଦ, କଳାକୃତି ଓ ଐତିହ୍ୟ ଓଡ଼ିଶା ଇତିହାସରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛି ଗଜପତି ଜିଲ୍ଲା । ତପ୍ତପାଣି, ଜିରାଙ୍ଗ, ମହେନ୍ଦ୍ରଗିରିର ଅପରୂପ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଟାଣି ଆଣୁଥିବା ବେଳେ ଗଣ୍ଡାହାତୀ ଜଳପ୍ରପାତ ପାଇଁ ଗଜପତି ରାଜ୍ୟ ପର୍ଯ୍ୟଟନରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି । ପାରଳାଖେମୁଣ୍ଡିଠାରୁ ପ୍ରାୟ 28 କିମି ଦୂରତାରେ ଥିବା ଏହି ଜଳପ୍ରପାତର ନୈସର୍ଗିକ ସୁନ୍ଦରତା ସମସ୍ତଙ୍କୁ ଆକର୍ଷିତ କରିଥାଏ । ଖାସ୍ କରି ଗ୍ରୀଷ୍ମଦିନେ ନିଦାଘ ଖରାରୁ ରକ୍ଷା କରିବା ପାଇଁ ଏଠାରେ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ । ଜଳପ୍ରପାତର ପାଦଦେଶରେ ଶୀତଳ ଜଳରେ ସ୍ନାନ କରି ବେଶ ମଜା ନିଅନ୍ତି । ଗଣ୍ଡାହାତୀ ବ୍ୟତୀତ ଏଠାରେ ରହିଛି ଆହୁରି ଅନେକ ଜଳପ୍ରପାତ । ଖସଡ଼ା, ଗୁଦଗୁଦା ଓ ମାଙ୍କଡଡିଆଁ ଜଳପ୍ରପାତ ମଧ୍ୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରେ ।

ଖଣ୍ଡାଧାର ଜଳପ୍ରପାତ, ସୁନ୍ଦରଗଡ଼

ପ୍ରାକୃତିକ ସୌନ୍ଦର୍ଯ୍ୟଭରା ସୁନ୍ଦରଗଡ଼ ଜିଲ୍ଲାରେ ଥିବା 14ଟି ପ୍ରମୁଖସ୍ଥଳ ରାଜ୍ୟ ପର୍ଯ୍ୟଟନରେ ସ୍ଥାନ ପାଇଛି । ସେଥିମଧ୍ୟରୁ ଖଣ୍ଡାଧାର ଜଳପ୍ରପାତ ଅନ୍ୟତମ । ସୁନ୍ଦରଗଡ଼ ଓ କେନ୍ଦୁଝର ମଝିରେ ଅଧା ଅଧା ହୋଇ ରହିଛି ଖଣ୍ଡାଧାର ଜଳପ୍ରପାତ । ରାଉରେକେଲାଠାରୁ 104 କିଲୋମିଟର ଏବଂ କେନ୍ଦୁଝରଠାରୁ ପ୍ରାୟ 100 କିଲୋମିଟର ଦୂରରେ ଥିବା ଏହି ଜଳପ୍ରପାତ ଘନ ଜଙ୍ଗଲ ମଧ୍ୟରେ ପ୍ରାୟ ୨୪୪ ମିଟର ଉଚ୍ଚରୁ ଝର ଝର ନାଦରେ ବହୁଛି । ଏହାକୁ ଓଡ଼ିଶାର ସର୍ବୋଚ୍ଚ ଜଳପ୍ରପାତ ବୋଲି କୁହାଯାଏ । ସୁନ୍ଦରଗଡ଼ ଜିଲ୍ଲାର ବଣାଇଗଡ଼ଠାରୁ ପ୍ରାୟ ୧୯ କିଲୋମିଟର ଦୂରରେ ରହିଥିବା ଏହି ଜଳପ୍ରପାତର ସୌନ୍ଦର୍ଯ୍ୟକୁ ଯିଏ ଦେଖିଛି ସେ ବାରମ୍ବାର କହିବ ଏଠାକୁ ଆସିବାକୁ । ଆଉ ଏହାର ମନୋରମ ସୁନ୍ଦରତାକୁ ଦେଖିବା ପରେ ପର୍ଯ୍ୟଟକମାନେ କିଛି ସମୟ ପାଇଁ ସବୁକିଛି ପାସୋରି ଯାଆନ୍ତି । ଏହି ଖଣ୍ଡାଧାର ଜଳପ୍ରପାତ ବୁଲିବା ସହ ସୁନ୍ଦରଗଡ଼ର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଯଥା ହନୁମାନ ବାଟିକା, ବେଦବ୍ୟାସ ଧାମ ଭ୍ରମଣପ୍ରେମୀଙ୍କୁ ଆକୃଷ୍ଟ କରେ ।

ହରିଶଙ୍କର ଜଳପ୍ରପାତ, ବଲାଙ୍ଗୀର

ପଶ୍ଚିମ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ହେଉଛି ବଲାଙ୍ଗୀର ଜିଲ୍ଲାର ହରିଶଙ୍କର ପୀଠ,  ଯେଉଁଠାରେ ରହିଛି ସୁନ୍ଦର ତଥା ଆକର୍ଷଣୀୟ ଜଳପ୍ରପାତ ।  ଗନ୍ଧମାର୍ଦ୍ଦନ ପର୍ବତର ଦକ୍ଷିଣପାର୍ଶ୍ବରେ ବଲାଙ୍ଗୀରର ହରିଶଙ୍କର ପୀଠ । ପଶ୍ଚିମ ଓଡ଼ିଶା ପରିଭ୍ରମଣରେ ଆସୁଥିବା ପର୍ଯ୍ୟଟକମାନେ ହରିଶଙ୍କର ନବୁଲିଲେ ତାଙ୍କ ବୁଲିବା ଅଧା ରହିଗଲା ବୋଲି କୁହନ୍ତି । ତେଣୁ ଏହି ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ହରିଶଙ୍କରରେ ବର୍ଷ ତମାମ ଲାଗିଥାଏ ପର୍ଯ୍ୟଟକଙ୍କ ଭିଡ଼ । ପ୍ରାକୃତିକ ସୌନ୍ଦର୍ଯ୍ୟ ସହିତ ଆଧ୍ୟାତ୍ମିକ ପରିବେଶରେ ନିଜକୁ ହଜାଇ ଦେବାକୁ କାହିଁ କେତେ ଆଡ଼ୁ ପ୍ରକୃତି ପ୍ରେମୀମାନେ ଆସିଥାନ୍ତି । ନୃସିଂହନାଥ ଓ ହରିଶଙ୍କରଙ୍କୁ ଦର୍ଶନ କରିବା ସହିତ ଏଠାରେ ଥିବା ଜଳପ୍ରପାତରେ ସ୍ନାନ କରି ପର୍ଯ୍ୟଟକମାନେ ସ୍ୱର୍ଗୀୟ ତୃପ୍ତି ଅନୁଭବ କରନ୍ତି । ଏଥିସହ ଏଠାରେ ଆପଣ ଗନ୍ଧମାର୍ଦ୍ଦନ ପାହାଡ଼ ଚଢ଼ିବାର ରୋଚକ ଅନୁଭୂତି ଲାଭ କରିପାରିବେ ।

ଡୁଡୁମା ଜଳପ୍ରପାତ, କୋରାପୁଟ

ଓଡ଼ିଶାର ଭୂ-ସ୍ବର୍ଗ ଭାବେ ପରିଚିତ କୋରାପୁଟର ମାଟି, ପାଣି, ପବନ ବେଶ ନିଆରା । ଏଠାରେ ରହିଛି ଓଡ଼ିଶାର ଉଚ୍ଚତମ ଗିରିଶୃଙ୍ଗ ଦେଓମାଳି ଓ ଦୀର୍ଘତମ ଜଳପ୍ରପାତ ଡୁଡୁମା । ଜିଲ୍ଲାର ଲମତାପୁଟ ବ୍ଲକରେ ରହିଥିବା ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଡୁଡୁମା ଜଳପ୍ରପାତ ପୁରାଣ ପ୍ରସିଦ୍ଧ ମତ୍ସତୀର୍ଥ ଭାବେ ପରିଚିତ ଏବଂ ଦକ୍ଷିଣ ଭାରତର ଉଚ୍ଚତମ ଜଳପ୍ରପାତ ମଧ୍ୟରେ ଅନ୍ୟତମ । ମାଛକୁଣ୍ଡ ନଦୀରୁ ସୃଷ୍ଟ 175 ମିଟର ଉଚ୍ଚତାରୁ ପଡ଼ୁଥିବା ଏହି ଜଳପ୍ରପାତଟିର ଦୃଶ୍ୟ ଅତ୍ୟନ୍ତ ମନମୁଗ୍ଧକର । ଏତିକି ନୁହେଁ ଘୋ ଘୋ ନାଦ ସହ ପାରିପ୍ବାର୍ଶିକ ପରିବେଶକୁ ଉପଭୋଗ କରିବାକୁ ପର୍ଯ୍ୟଟକମାନେ କେବଳ ରାଜ୍ୟ ନୁହେଁ ରାଜ୍ୟ ବାହାରୁ ଆସିଥାନ୍ତି । ଖାସ୍ କର ଖରାଦନେ ପର୍ଯ୍ୟଟକମାନେ ଡୁଡୁମାର ଶୀତଳ ଜଳରେ ଗାଧୋବାର ମଜା ନେବାକୁ କେବେ ବି ଭୁଲନ୍ତି ନାହିଁ । ଏହି ଝରଣାରେ ସ୍ନାନ କରିବା ସହ ବଣଭୋଜିର ବିଶେଷ ସୁବିଧା ରହିଛି । କୋରାପୁଟଠାରୁ ୯୨ କିଲୋମିଟର ଓ ବିଶାଖପାଟଣାଠାରୁ ପ୍ରାୟ ୨୦୦ କିଲୋମିଟର ଦୂରରେ ରହିଛି।

ଦେଓଝର ଜଳପ୍ରପାତ, କଟକ

କଟକ ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଦେଓଝର ଜଳପ୍ରପାତ। ଆଠଗଡ ନରସିଂହପୁର ମୁଖ୍ୟ ରାସ୍ତାର ଚମ୍ପେଶ୍ୱର ଛକ ନିକଟରୁ ମାତ୍ର 12 କିଲୋମିଟର ଦୂରରେ ଅବସ୍ଥିତ ଏହି ପର୍ଯ୍ୟଟନ ସ୍ଥଳୀ । ପୂର୍ବରୁ ଏହା ଦିଅଁଝର ଭାବେ ଜଣାଥିଲା କିନ୍ତୁ ଏବେ ଏହା ଦେଓଝର ଭାବେ ସାରା ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ପ୍ରତିଷ୍ଠା ଲାଭ କରିଛି । ଏହି ଜଳପ୍ରପାତର ଉଚ୍ଚତା 30 ଫୁଟ ରହିଥିବା ବେଳେ ଚତୁର୍ଦ୍ଦିଗରେ ଥିବା ଘଞ୍ଚ ଜଙ୍ଗଲ ଆଉ ସୁଉଚ୍ଚ ପାହାଡ ହେଉଛି ଏହାର ବିଶେଷ ମହତ୍ତ୍ୱ | ଭୁବନେଶ୍ବର ଓ କଟକ ସହରବାସୀଙ୍କ ପାଇଁ ସମର୍ ହଲିଡେ ପାଇଁ ଏହା ପରଫେକ୍ଟ ଟୁରିଷ୍ଟ  ପ୍ଲେସ୍  । ଏଥିସହ ଏହାର ନିକଟରେ ରହିଛି ଏକ ପାର୍କ, ଯେଉଁଠାରେ ବଣଭୋଜିର ସୁବିଧା ରହିଛି ।

ରାଜ୍ୟରେ ଏସବୁ ପ୍ରମୁଖ ଜଳପ୍ରପାତ ହୋଇଥିବା ବେଳେ ଆହୁରି ଅନେକଗୁଡ଼ିଏ ଜଳପ୍ରପାତ ରହିଛି ।  ଏହାମଧ୍ୟରେ କେନ୍ଦୁଝରରେ ବଡ଼ ଘାଗରା, ସାନ ଘାଗରା, ଭୀମକୁଣ୍ଡ ଓ ଗୁଣ୍ଡିଚାଘାଗି, ମୟୂରଭଞ୍ଜର ବରେହୀପାଣି, ଦେବକୁଣ୍ଡ ଓ ଯୋରନ୍ଦା, ବରଗଡ଼ ଜିଲ୍ଲାର ନୃସିଂହନାଥଠାରେ ଚାଉଳଧାର ଓ କପିଳଧାର, ଦେବଗଡ଼ରେ ରହିଛି ପ୍ରଧାନପାଟ, ଝାରସୁଗୁଡ଼ାର କୋଇଲିଘୁଘର, କନ୍ଧମାଳର ଲୁଦୁ, ଫୁରଲିଝରଣ, ମିଦୁବଣ୍ଡା, ପକଡ଼ାଝର ଭଳି ଜଳପ୍ରପାତ ଓଡ଼ିଶାର ସୌନ୍ଦର୍ଯ୍ୟକୁ ଆହୁରି ଦ୍ବିଗୁଣିତ କରୁଛି ଏବଂ ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି । ଖରା ହେଉ କି ଶୀତଦିନେ ଏସମସ୍ତ ସ୍ଥାନରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥାଏ ।

Spread the love