Gopika Varma gets Mahari honour on the occasion of Guru Pankaj festival and Mahari Honour

‘ଗୁରୁ ପଙ୍କଜ ଚରଣ ଓଡ଼ିଶୀ ଗବେଷଣା ପ୍ରତିଷ୍ଠାନ’ ପକ୍ଷରୁ ଆସନ୍ତା ୧୭ରୁ ୧୯ ତାରିଖ ଯାଏ ‘୨୯ତମ ଗୁରୁ ପଙ୍କଜ ଉତ୍ସବ ଓ ମାହାରୀ ସମ୍ମାନ’ ପ୍ରଦାନ ଉତ୍ସବ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହେବ। ଏହି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଆଦିଗୁରୁଙ୍କର ୧୦୪ତମ ଜୟନ୍ତୀ ପାଳିତ ହେବ। ଚଳିତବର୍ଷ ସମ୍ମାନଜନକ ‘ମାହାରୀ ସମ୍ମାନ’ ମୋହିନୀଆଟମ୍ ନୃତ୍ୟଶିଳ୍ପୀ ଗୋପିକା ବର୍ମାଙ୍କୁ ପ୍ରଦାନ କରାଯିବ। ସମ୍ମାନ ବାବଦକୁ ୫୦ହଜାର ଟଙ୍କାର ଅର୍ଥରାଶି ସହ ମାନପତ୍ର ଓ ଫଳକ ପ୍ରଦାନ କରାଯିବ। ଏଥିସହ ପ୍ରଥମ ଦିନରେ ଶ୍ରୀମନ୍ଦିରରେ ପ୍ରଚଳିତ ନୃତ୍ୟ, ସଙ୍ଗୀତ, ବାଦ୍ୟ, ସେବକ ସେବିକା ଯଥା- ମାଦେଳୀ, ବୀଣାକାର, ଗାଉଣା ଓ ନାଚୁଣୀ ସମ୍ପ୍ରଦା ନିଯୋଗଙ୍କ ସ୍ମୃତି ଓ ଅବଦାନକୁ ସମ୍ମାନ ଜଣାଇ ଓଡ଼ିଶୀ ନୃତ୍ୟ, ସଙ୍ଗୀତ ଓ ବାଦ୍ୟକ୍ଷେତ୍ରରେ ପ୍ରତିଷ୍ଠିତ ଲାଭ କରିଥିବା ଓ ଜୀବନବ୍ୟାପୀ ସାଧନାରତ ବିଶେଷ ଅବଦାନ ରଖିଥିବା ୪ଜଶ ଶିଳ୍ପୀଙ୍କୁ ସମ୍ମାନିତ କରାଯିବ। ଏଥିପାଇଁ ବେହେଲା ବାଦକ ଗୁରୁ ରମେଶ ଚନ୍ଦ୍ର ଦାସଙ୍କୁ ‘ବୀଣାକାର’, ମର୍ଦ୍ଦଳ ବାଦକ ଗୁରୁ ଶରତଚନ୍ଦ୍ର ରଥଙ୍କୁ ‘ମାଦେଳୀ’, ନୃତ୍ୟଶିଳ୍ପୀ ସିକ୍‌ତା ଦାସଙ୍କୁ ‘ନାଚୁଣୀ ସମ୍ପ୍ରଦା’ ଓ କଣ୍ଠଶିଳ୍ପୀ ନିମାକାନ୍ତ ରାଉତରାୟଙ୍କୁ ‘ଗାଉଣୀ ସମ୍ପ୍ରଦା’ ଉପାଧିରେ ସମ୍ମାନିତ କରାଯିବ। ଏଥିରେ ବିଭିନ୍ନ ପ୍ରାନ୍ତର ଓ ଓଡ଼ିଶାର ବହୁ ଉଦୀୟମାନ ଓ ପ୍ରତିଷ୍ଠିତ ଏକକ ନୃତ୍ୟ ଶିଳ୍ପୀମାନେ ଭାଗ ନେବେ। ଏହି ଅବସରରେ ଆଦି ଗୁରୁ ପଙ୍କଜ ଚରଣ ଦାସଙ୍କ ଦ୍ୱାରା ସଂଯୋଜିତ ନୃତ୍ୟମାନ ପରିବେଷିତ ହେବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ମିଳିଛି।

Spread the love