blog

ଓଡିଶାର ଲୋକନାଟ୍ୟ ପରମ୍ପରା କାହିଁ କେଉଁ କାଳରୁ ଚାଲି ଆସୁଛି । ସେତେବେଳେ ମୁକ୍ତାକାଶ ତଳେ ଲୋକନାଟ ଓ ଲୋକନାଚ ହିଁ ମନୋରଞ୍ଜନର ଏକମାତ୍ର ଧାରା ଥିଲା । ଏଥିପାଇଁ ବି ରାଜ୍ୟର କେତେକ ପୁରପଲ୍ଲୀ ବିଶ୍ୱପ୍ରଶଂସିତ । ସେହିପରି ଲୋକନାଚ ଇତିହାସରେ ଗଞ୍ଜାମର ଅବଦାନ ମଧ୍ୟ ସ୍ମରଣୀୟ । କାରଣ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ଲୋକକଳା ଦେଖିବାକୁ ମିଳେ । ପ୍ରାଚୀନ ସଂସ୍କୃତି ଓ ପରମ୍ପରାରେ ଏହାର ମାଟି ଭରପୂର । ଆଧୁନିକ ଯୁଗରେ ପଦାର୍ପଣ କରିଥିଲେ ମଧ୍ୟ ଗଞ୍ଜାମ ତାର ମୌଳିକ ସଂସ୍କୃତିକୁ ଭୁଲିବାକୁ ଦେଇନି । ଏଥିପାଇଁ ତ ଗଞ୍ଜାମ କଳାଭୂମି ନାଁରେ ପରିଚିତ । ବିଭିନ୍ନ ପ୍ରକାରର ନାଚ ଓ ନାଟ ମଧ୍ୟରୁ ଯୋଡି ଶଙ୍ଖ ଓ ରଣପା ନାଚ ତାର ସ୍ୱତନ୍ତ୍ରତାକୁ ବଜାୟ ରଖିଛି ।

ଯୋଡ଼ି ଶଙ୍ଖ

ପ୍ରତିଟି ଓଡ଼ିଆ ଘରର ଠାକୁର ଘରେ ଶଙ୍ଖ ନିହାତି ଥିବ । ଏହାର ଧ୍ୱନି ଘରେ ସକରାତ୍ମକ ଶକ୍ତିର ସଞ୍ଚାର କରେ । ଏହି ଶଙ୍ଖ ମଧ୍ୟ ଲୋକନାଚର ଏକ ପ୍ରମୁଖ ବାଦ୍ୟ । ଏହାକୁ ନେଇ ଯୋଡ଼ି ଶଙ୍ଖ ନାଚର ଉତ୍ପତ୍ତି । ଦୁଇ ଯୋଡ଼ା ଶଙ୍ଖକୁ ଏକାଠି ବଜାଇବାକୁ ହିଁ ଯୋଡ଼ି ଶଙ୍ଖ କୁହାଯାଏ । ଏଥିରେ ପାରମ୍ପରିକ ବେଶଭୂଷା ଭାବେ ଧୋତି-ଫତେଇ, ମୁଣ୍ଡରେ ପଗଡ଼ି ପରିଧାନ କରିଥାନ୍ତି । ହେଲେ ଏହାକୁ ଆହୁରି ସୁନ୍ଦର କରେ ଶାମୁକା ଓ ମୋତିର ଅଳଙ୍କାର । ସେହିପରି ପାରମ୍ପରିକ ବାଦ୍ୟରୂପେ ଯୋଡ଼ି ଶଙ୍ଖରେ ଚାଙ୍ଗୁ ବାଜା ଏବଂ ମହୁରୀର ପ୍ରୟୋଗ କରାଯାଏ । ଏହି ଦୁଇଟି ବାଦ୍ୟର ତାଳେ ତାଳେ କଳାକାରମାନେ ଯୋଡ଼ି ଶଙ୍ଖ ବଜାଇ ଆଖି ଲାଗିଲା ପରି କଳାକୌଶଳ ପ୍ରଦର୍ଶିତ କରିଥାନ୍ତି । ମୁଖରେ ଗୋଟିଏ ଶଙ୍ଖ ବଜାଇବା କଷ୍ଟକର ହୋଇଥିଲା ବେଳେ ଦୁଇ ଦୁଇଟି ଶଙ୍ଖକୁ ଏକତ୍ର ବଜାଇ ଚମତ୍କାର ପ୍ରତିଭା ଦର୍ଶକଙ୍କୁ ଆଚମ୍ବିତ କରିବାରେ ବାଧ୍ୟ କରେ । ତେଣୁ ଏହି ଯୋଡ଼ି ଶଙ୍ଖକୁ ବଜାଇବା ପାଇଁ କଳାକାରମାନେ ପ୍ରତିଦିନ ପ୍ରଶିକ୍ଷଣ ନେଇଥାନ୍ତି । ଖାସ୍ କରି ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀ ଯାତ୍ରା, ବିଷୁବ ସଂକ୍ରାନ୍ତି ଓ ଅନ୍ୟାନ୍ୟ ପର୍ବପର୍ବାଣୀରେ ଏହି ଯୋଡ଼ି ଶଙ୍ଖ ପରିବେଷିତ ହୋଇଥାଏ ।

ରଣପା ନାଚ

ଦକ୍ଷିଣ ଓଡ଼ିଶାର ରଣପା ନାଚ ସାରା ଦେଶରେ ବେଶ ଲୋକପ୍ରିୟତା ହାସଲ କରିଛି । ଏହି ନାଚରେ ବ୍ୟବହୃତ ଆଠ ଫୁଟର ବାଡ଼ିକୁ ହିଁ ରଣପା କୁହାଯାଏ । ବାଡ଼ିର ନିମ୍ନରୁ ଦୁଇ ଫୁଟ ଉପରକୁ ପାଦ ରଖିବା ପାଇଁ କାଠ ଫାଳିଆରେ ପାଦ ତିଆରି କରାଯାଏ । ଏଥିରେ ଗୋଡ଼ ରଖି ରଣପା ବାଡ଼ିକୁ ଧରି ଯେଉଁ ନୃତ୍ୟ ପରିବେଷଣ କରାଯାଏ, ତାହାକୁ ରଣପା ନାଚର ଆଖ୍ୟା ଦିଆଯାଇଛି । ପାରମ୍ପରିକ ପୋଷାକ ଭାବେ ଏଥିରେ ଧୋତିକୁ ପାଇକଛା, ଦେହରେ ଫତେଇ ପିନ୍ଧନ୍ତି । କେବଳ ସେତିକି ନୁହେଁ ଏହାକୁ ଆହୁରି ଭିନ୍ନ କରେ ପଗଡିରେ ଡାଳ ପତ୍ର ଓ ମୟୂର ଚୂଳର ସଂଯୋଗ । ଏହି ବିଶେଷ ପ୍ରକାର ନାଚର ପାରମ୍ପରିକ ବାଦ୍ୟ ହେଉଛି ମହୁରି ଓ ଢୋଲ । ଏହି ସ୍ବତନ୍ତ୍ର ବାଦ୍ୟ ଓ ଗୀତର ତାଳେ ତାଳେ କଳାକାରମାନେ ଅଦ୍ଭୁତ ସନ୍ତୁଳନ ବଜାୟ ରଖି ବାଡ଼ିର ଉପରଭାଗକୁ ଧରି ଆଗକୁ, ପଛକୁ କିମ୍ବା ଡେଇଁବା ପରି ଚିତ୍ତାକର୍ଷକ ନୃତ୍ୟ ପ୍ରଦର୍ଶନ କରନ୍ତି । ରଣପା ନାଚ ଏକପ୍ରକାର ଯୁଦ୍ଧ ନାଚ ଭାବେ ଲୋକକଥା ରହିଛି । ହେଲେ ଆଜିର ଯୁଗରେ ଯୁବ କଳାକାରଙ୍କୁ ଉତ୍ସାହିତ କରିବା ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ରଣପା ନାଚର ପ୍ରଚାରପ୍ରସାର ଦିଗରେ ପଦ୍ମଶ୍ରୀ ଭଗବାନ ସାହୁଙ୍କର ଉଲ୍ଲେଖନୀୟ ଯୋଗଦାନ ରହିଛି।

ଧୀରେଧୀରେ ବହୁ ଲୋକନାଚ ଏବେ ବିଲୁପ୍ତର ମୁଖଦ୍ୱାରରେ । କିନ୍ତୁ ଗଞ୍ଜାମ ଜିଲ୍ଲା ଏସବୁକୁ ଆଜିପର୍ଯ୍ୟନ୍ତ ବଞ୍ଚାଇ ରଖିବାକୁ ପ୍ରୟାସ କରି ଚାଲିଛି । ପାରିବାରିକ ହେଉ କି ଆନୁଷ୍ଠାନିକ କିମ୍ବା ପରମ୍ପରାଭିତ୍ତିକ ଯୋଡ଼ି ଶଙ୍ଖ ଓ ରଣପା ନାଚ ଏବେ ବି ଲୋକପ୍ରିୟ ହୋଇରହିଛି ।

Spread the love