A unique effort by transgender people and forest staff to water the birds living in the high hills in summer

ବଢ଼ିଲାଣି ଖରା। ପାଣି ପାଇଁ ଆଉଟୁପାଉଟୁ ହେଲେଣି ଲୋକେ। ପଶୁପକ୍ଷୀ ମଧ୍ୟ ଏଥିରୁ ବାଦ୍‌ ପଡ଼ି ନାହାନ୍ତି। ବିଭିନ୍ନ ଜଳାଶୟ ଶୁଖିଲା ପଡ଼ିଥିବାରୁ ସେମାନଙ୍କୁ ପାଣି ମିଳୁନି। ଏଭଳି ସ୍ଥିତିରେ ସେମାନଙ୍କୁ ପିଇବା ପାଣି ଯୋଗାଇବା ପାଇଁ ଏକ ନିଆରା ଉଦ୍ୟମ ନେଇଛନ୍ତି କିନ୍ନର ଓ ବନ କର୍ମଚାରୀମାନେ। ପକ୍ଷୀମାନେ ପିଇବା ପାଣି ପାଇଁ ଯେମିତି ଅସୁବିଧାରେ ପଡ଼ିବେ ନାହିଁ ସେଥିପାଇଁ ୨୦୦ ଫୁଟ ପାହାଡ଼ ଚଢ଼ି ଠେକି ଓ ଶିକାରେ ପାଣି ରଖିଛନ୍ତି। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍‌ ଜରପଡ଼ା ଜଙ୍ଗଲ ମୌଜା ଅଞ୍ଚଳରେ ଥିବା ପାହାଡ଼ ଜଙ୍ଗଲକୁ ଆଜି କିନ୍ନର ତଥା ସମାଜସେବୀ ଚିନ୍ମୟୀ ଦାସ ଓ ଜରପଡ଼ା ରେଞ୍ଜ ଅଧିକାରୀ ମାଧବ ଚନ୍ଦ୍ର ନାଏକଙ୍କ ନେତୃତ୍ବରେ ପ୍ରାୟ ୫୦ ଜଣ ସମାଜସେବୀ ଓ ବନ କର୍ମଚାରୀ ଚଢ଼ିଥିଲେ। ଏଥିରେ ଗ୍ରାମବାସୀ, ଛାତ୍ରଛାତ୍ରୀ ଓ ମହିଳା ମଧ୍ୟ ଥିଲେ। ସମସ୍ତେ ପ୍ରାୟ ୨୦୦ ଫୁଟ ପାହାଡ଼ ଚଢ଼ି ବିଭିନ୍ନ ସ୍ଥାନରେ ଏହି ପାଣି ଭର୍ତ୍ତି ଠେକିକୁ ଥୋଇ ଦେଇଥିଲେ। କିଛି ଗଛରେ ପାଣି ଭର୍ତ୍ତି ଠେକିକୁ ଶିକାରେ ସେମାନେ ଝୁଲାଇ ଦେଇଥିଲେ।

ପାହାଡ଼ ପାଖାପାଖି କୌଣସି ଜଳାଶୟ ନ ଥିବାରୁ ପକ୍ଷୀମାନେ ପାଣି ପାଇଁ ଖରାଦିନେ ଡହଳବିକଳ ‌ହୁଅନ୍ତି। ଏଥର ପକ୍ଷୀମାନଙ୍କ ପିଇବା ପାଣି ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ଏପରିକି ପକ୍ଷୀଙ୍କ ଖାଇବା ପାଇଁ ପାହାଡ଼ ଉପରେ ଚାଉଳ ଓ ଗହମ ମଧ୍ୟ ରଖାଯାଇଛି। ସେହିପରି ଜଙ୍ଗଲୀ ପ୍ରାଣୀଙ୍କ ପାଇଁ କୁଣ୍ଡରେ ପାଣି ଯୋଗାଇବା ବ୍ୟବସ୍ଥା କରାଯାଇଛି। ଚିନ୍ମୟୀ ଦାସଙ୍କ ଉଦ୍ୟମରେ ଏଭଳି ଏକ ନିଆରା ଉଦ୍ୟମ ଆରମ୍ଭ ହୋଇଥିଲାବେଳେ ଆଗକୁ ଅନୁଗୁଳ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ଏମିତି ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଛି।

Spread the love