Care Edge Report: Odisha ranks 11th in overall performance

ଅର୍ଥନୀତିଠାରୁ ଆରମ୍ଭ କରି ସାମାଜିକ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବଡ଼ ରାଜ୍ୟଗୁଡ଼ିକ ତାଲିକ‌ାରେ ଓଡ଼ିଶାର ସ୍ଥାନ ୧୧ ରହିଛି। କେୟାର ରେଟିଙ୍ଗ୍‌ସର ସଂସ୍ଥା କେୟାରଏଜ୍‌ ପକ୍ଷରୁ ଜାରି କରାଯାଇଥିବା ରାଜ୍ୟମାନଙ୍କ ପ୍ରଥମ ରୢାଙ୍କିଙ୍ଗ୍‌ ରିପୋର୍ଟରୁ ଏହା ଜଣାପଡ଼ିଛି। ଏଥିରେ ଓଡ଼ିଶାର ସ୍କୋର ୩୬.୭ ରହିଛି। ଅର୍ଥନୈତିକ, ଆର୍ଥିକ, ଆର୍ଥିକ ଅନ୍ତର୍ଭୁକ୍ତୀକରଣ, ସାମାଜିକ, ଭିତ୍ତିଭୂମି, ପ୍ରଶାସନ ଓ ପରିବେଶ ଭଳି ମାନଦଣ୍ଡ ଆଧାରରେ ବିଭିନ୍ନ ରାଜ୍ୟକୁ ସ୍କୋର ଦିଆଯାଇଛି। ଏହି ତାଲିକାରେ ୫୫.୭ ସ୍କୋର ସହ ମହାରାଷ୍ଟ୍ର ପ୍ରଥମ, ଗୁଜରାଟ (୫୧.୮) ଦ୍ବିତୀୟ ଏବଂ ତାମିଲନାଡ଼ୁ (୫୧.୧) ତୃତୀୟ ସ୍ଥାନରେ ରହିଛି। ତେଲେଙ୍ଗାନା, କର୍ଣ୍ଣାଟକ, ହରିୟାଣା, କେରଳ, ଆନ୍ଧ୍ରପ୍ରଦେଶ, ପଞ୍ଜାବ ଓ ରାଜସ୍ଥାନର ପ୍ରଦର୍ଶନ ଓଡ଼ିଶାଠାରୁ ଭଲ ରହିଛି। କେୟାରଏଜ୍‌ ରିପୋର୍ଟ ଅନୁଯାୟୀ ଅର୍ଥନୀତିରେ ଓଡ଼ିଶାର ସ୍କୋର ୪୧.୬ ଥିବା ବେଳେ ଏଥିରେ ଏହା ପଞ୍ଚମ ସ୍ଥାନରେ ରହିଛି। ଆର୍ଥିକ ବର୍ଗରେ ଓଡ଼ିଶା ୬୬.୬ ପ୍ରତିଶତ ସ୍କୋର ସହ ପ୍ରଥମ ସ୍ଥାନରେ ରହିଛି। ଆର୍ଥିକ ଅନ୍ତର୍ଭୁକ୍ତୀକରଣରେ ରାଜ୍ୟର ସ୍କୋର ୩୦.୫ ଥିବା ବେଳେ ଏହା ୧୧ତମ ସ୍ଥାନରେ ରହିଛି। ସାମାଜିକ କ୍ଷେତ୍ରରେ ଓଡ଼ିଶାର ପ୍ରଦର୍ଶନ ଆହୁରି ଖରାପ ହୋଇ ୧୨ତମ ସ୍ଥାନକୁ ଖସିଛି। ଏହି ମାନଦଣ୍ଡରେ ଏହାର ସ୍କୋର ୨୮.୨ ରହିଛି। ଭିତ୍ତିଭୂମି ମାନଦଣ୍ଡରେ ଓଡ଼ିଶା ୧୫ତମ ସ୍ଥାନରେ ରହିଥିବା ବେଳେ ଏଥିରେ ସ୍କୋର ୨୮.୨ ରହିଛି। ପ୍ରଶାସନରେ ଓଡ଼ିଶା ବଡ଼ ରାଜ୍ୟଗୁଡ଼ିକ ଭିତରେ ଶେଷତମ ଅର୍ଥାତ ୧୭ତମ ସ୍ଥାନରେ ରହିଛି। ଏଥିରେ ରାଜ୍ୟର ସ୍କୋର ସର୍ବନିମ୍ନ ୧୧.୫ ରହିଛି। ପରିବେଶରେ ୪୧.୭ ସ୍କୋର ସହ ଓଡ଼ିଶା ୧୧ତମ ସ୍ଥାନରେ ରହିଛି।

Spread the love