Kamala Satpathy of Odisha bags Kendra Sahitya Akademi Translation Prize 2022

ବିଶିଷ୍ଟ ଔପନ୍ୟାସିକ ସଇଦ ସଲିମ୍‌ଙ୍କ ରଚିତ ତେଲୁଗୁ ଉପନ୍ୟାସ ‘ଭେଣ୍ଡି ମେଘମ୍’ର ଓଡ଼ିଆ ଅନୁବାଦ ‘ସୁନେଲି ବାଦଲ’ ନିମନ୍ତେ ସାହିତ୍ୟିକା କମଳା ଶତପଥୀ ପାଇବେ ‘କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର-୨୦୨୨’ । ପୁରସ୍କାର ସ୍ବରୂପ ଶ୍ରୀମତୀ ଶତପଥୀଙ୍କୁ ୫୦ ହଜାର ଟଙ୍କାର ନଗଦ ଅର୍ଥରାଶି ସହ ତାମ୍ରଫଳକ ପ୍ରଦାନ କରାଯିବ ବୋଲି ଏକାଡେମୀର ସଚିବ କେ. ଶ୍ରୀନିବାସ ରାଓ ସୂଚନା ଦେଇଛନ୍ତି । ଜଣେ ସଫଳ ଅନୁବାଦିକା ଭାବେ ଶ୍ରୀମତୀ ଶତପଥୀଙ୍କ ୧୧ଟି କୃତୀ ରହିଛି । ସେଗୁଡ଼ିକ ହେଲା; କ୍ୟାନସର୍ ନୁହେଁ ଅସାଧ୍ୟ ବେମାରୀ, ଜୀବନର ସତ୍ୟତା, ରାଣୀର କାହାଣୀ, ଧ୍ବଂସ ତଳର ଜୀବନ, ବିତେ ବସନ୍ତ କି ବାତେ, ସରତ୍ୟା ବସନ୍ତାଚ୍ୟା ଗୋଷ୍ଠୀ, ସ୍ବୟଂପ୍ରଭା, ମରୁପୁଷ୍ପ, ସ୍ମରଣଗାଥା ଓ ବୀଣାପାଣି ମହାନ୍ତି କି କହାନୀୟାଁ । ଶ୍ରୀମତୀ ଶତପଥୀ ଏକାଧାରରେ ଜଣେ ଗାଳ୍ପିକା, ଔପନ୍ୟାସିକା, କବୀ ଓ ଅନୁବାଦିକା । ୧୯୬୩ ଜୁଲାଇ ୧ ତାରିଖରେ ବାରଙ୍ଗରେ ଜନ୍ମଗ୍ରହଣ କରିଥିବା ଶ୍ରୀମତୀ ଶତପଥୀ ଦର୍ଶନରେ ସ୍ନାତକୋତ୍ତର କରିଛନ୍ତି । ସେ ଏବେ ନବୀ ମୁମ୍ବାଇରେ ରହୁଛନ୍ତି । ଶ୍ରୀମତୀ ଶତପଥୀ ସାହିତ୍ୟର ପ୍ରତିଟି କ୍ଷେତ୍ରରେ ନିଜ କୃତିତ୍ବ ଜାହିର କରିଛନ୍ତି । ସେ ବହୁ ଅନୁବାଦ ପୁସ୍ତକ ସହ ନିଜସ୍ବ ଗଳ୍ପ ସଙ୍କଳନ ‘ଇନ୍ଦ୍ରଧନୁର ଅଷ୍ଟମ ରଙ୍ଗ’, ‘ପୂର୍ଣ୍ଣଚ୍ଛେଦ ପରର କାହାଣୀ’, ‘ଗୋଟିଏ ପାପର କାହାଣୀ’, ‘ସଂପର୍କର ଦୋ’ଛକିରେ ମଣିଷ’, ‘ମହାପାତ୍ର ବାବୁଙ୍କ ହାଲ୍‌ଚାଲ୍’, ‘ଶ୍ରେଷ୍ଠ ଗଳ୍ପ ସଂକଳନ’, ‘ଚିରାଧଡ଼ି’ ସହ ‘ହାଏ ମୁମ୍ବଇ’, ‘ସଲାମ ମୁମ୍ବଇ’, ‘ମାୟା ନଗରୀ କୋଳେ’ ଓ ‘ଅଧାକାନ୍ଥି ଘର’ ଆଦି ଉପନ୍ୟାସ, ‘ଶେଷ ଫଗୁଣ’ କବିତା ଓ ‘ହେଲୋ ଭୁଟାନ’ ଭଳି ଭ୍ରମଣ ଉପନ୍ୟାସ ଆଦି ରଚନା କରିଛନ୍ତି ।

Spread the love