Odisha Parba 2023 Concludes amidst Great Fanfare

ଓଡ଼ିଆ ସମାଜ, ନୂଆଦିଲ୍ଲୀ ପକ୍ଷରୁ ମାର୍ଚ୍ଚ ୨୪ ରୁ ୨୬ ତାରିଖ ନୂଆଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ଷ୍ଟାଡିୟମଠାରେ ଗତ ୩ ଦିନ ଧରି ଚାଲିଥିବା ଓଡ଼ିଶାର କଳା, ସଂସ୍କୃତିର ପରିଚୟ ଓଡ଼ିଶା ପର୍ବ ୨୦୨୩ ଉଦ୍ଯାପିତ ହୋଇଯାଇଛି । ନୃତ୍ୟଗୁରୁ ଶାଶ୍ୱତ ଯୋଶୀଙ୍କ ଓଡ଼ିଶୀ ନୃତ୍ୟ, ପାଇକ-ଛଉ ନୃତ୍ୟର ଫ୍ୟୁଜନ ସାଙ୍ଗକୁ କଣ୍ଠଶିଳ୍ପୀ ଅନନ୍ୟା ଶ୍ରୀତମ ନନ୍ଦଙ୍କ ସୁଫିଆନା ଅନ୍ଦାଜ ଶେଷ ଦିନରେ ମତୁଆଲା କରିଥିଲା ଦିଲ୍ଲୀବାସୀଙ୍କୁ ।

୩ ଦିନର ଏହି ଉତ୍ସବରେ ବହୁସଂଖ୍ୟାରେ ପ୍ରବାସୀ ଓଡ଼ିଆ ଯୋଗ ଦେଇଥିଲେ । ପ୍ରାୟ ୧ ଲକ୍ଷ ଦର୍ଶକ ଏଥିରେ ସାମିଲ ହୋଇ ପାରମ୍ପରିକ ଓଡ଼ିଶାର ଐତିହ୍ୟ, ଖାଦ୍ୟର ଭରପୂର ମଜା ନେଇଥିଲେ ।

ଉଦ୍ଯାପନୀ ସନ୍ଧ୍ୟାରେ ମାନ୍ୟବର ଛତିଶଗଡ଼ ରାଜ୍ୟପାଳ, ଶ୍ରୀଯୁକ୍ତ ବିଶ୍ୱଭୂଷଣ ହରିଚନ୍ଦନ ମୁଖ୍ୟଅତିଥି ଭାବେ ଯୋଗଦେଇ “ଓଡ଼ିଶା ଅସ୍ମିତାକୁ ଓଡ଼ିଆ ଜାତି ମନରେ ଜାଗ୍ରତ କରିବାର ସମୟ ଆସିଛି । ଏହି ଆହ୍ୱାନ ଦେଇ ମାନ୍ୟବର ରାଜ୍ୟପାଳ ଶ୍ରୀଯୁକ୍ତ ହରିଚନ୍ଦନ ଆରମ୍ଭ କରିଥିଲେ ତାଙ୍କର ଅଭିଭାଷଣ । ସ୍ୱାଧିନତା ସଂଗ୍ରାମକୁ ମନେ ପକାଇ ସେ କହିଥିଲେ ଯେ, ଏ ଦେଶ ପାଇଁ ଓଡ଼ିଶାର ଅବଦାନ ଅତୁଳନୀୟ । ପାଇକ ଯୁଦ୍ଧ ଠାରୁ ଆରମ୍ଭ କରି କଳା, ସଂସ୍କୃତି, ଐତିହ୍ୟ, ସାହିତ୍ୟ ଆଦି ସମସ୍ତ କ୍ଷେତ୍ରରେ ଓଡ଼ିଶାର ଅବଦାନ ଅନନ୍ୟ । ସ୍ୱାଧିନତାରେ ଝାସ ଦେଇଥିବା ପାଇକ ବୀରଙ୍କର ବଳିଦାନ ଏ ଜାତିକୁ ସମୃଦ୍ଧ କରିଥିବା ବେଳେ ଅନବୈଦ୍ୟ ସାହିତ୍ୟ ସୃଷ୍ଟି ଏହାକୁ ବଳିଷ୍ଠ ଓ ଉନ୍ନତ କରି ଗଢି ତୋଳିଛି । ଓଡ଼ିଶାକୁ ଅଧିକ ବିକାଶ କରିବା ସହିତ ଏ ଦେଶ, ମାଟିକୁ ମଧ୍ୟ ଆଗକୁ ଆଗକୁ ନେବା ଆବଶ୍ୟକ ବୋଲି କହିଥିଲେ ମୁଖ୍ୟଅତିଥି ।

କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ୱିନୀ ବୈଷ୍ଣବ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଧନ୍ୟବାଦ ବାର୍ତ୍ତାରେ କହିଥିଲେ ଯେ, ୨୦୧୭ ରୁ ଆରମ୍ଭ ହୋଇଥିବା ଓଡ଼ିଶା ପର୍ବ ସଂସ୍କୃତି, କ୍ରାଫ୍ଟ ଓ କ୍ୟୁଜିନ୍ ୩ଟି ବିଷୟ ଉପରେ ଆଧାରିତ ଥିଲା । ମାତ୍ର ବର୍ତ୍ତମାନ ଏଥିରେ ‘କମ୍ୟୁନିଟୀ କନେକ୍ଟ’ (ସମୁଦାୟ ସଂଯୋଗ) ଶବ୍ଦ ଯୋଡ଼ା ଯାଇଛି । ଓଡ଼ିଶାରୁ ଆସିଥିବା କୃଷକ ସମାଜ ଓ ଛାତ୍ରଛାତ୍ରୀମାନେ ଦିଲ୍ଲୀ ବୁଲିବାର ସୁଯୋଗ ପାଇଛନ୍ତି । ଉପଯୁକ୍ତ ଉଦ୍ୟମ, ସମୟ ଏବଂ ଈଶ୍ୱରଙ୍କ ଅନୁଗ୍ରହ ଯୋଗୁ ଏହା ସମ୍ଭବ ହୋଇପାରିଛି । ଶେଷରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଆ ସମାଜର ସମସ୍ତ କର୍ମକର୍ତ୍ତା, ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଥିଲେ ମନ୍ତ୍ରୀ ଶ୍ରୀ ବୈଷ୍ଣବ ।

ଉଦ୍ଯାପନୀ ଦିନ ‘ସ୍ୱାବଲମ୍ବୀ ଓଡ଼ିଶା’ କନ୍କ୍ଲେଭରେ ଆଲୋଚନା ହୋଇଥିଲା । ଏଥିରେ ଲେପଜିଗ୍ ବିଶ୍ୱବିଦ୍ୟାଳୟର ଉପମୁଖ୍ୟ ଡଃ ଶିବାଶିଷ ଗିରି, ଇଣ୍ଡିଆନ୍ ଅଏଲ କର୍ପୋରେସନ ଲିଃ ର ନିର୍ଦ୍ଦେଶକ (ମାନବ ସମ୍ବଳ) ଶ୍ରୀ ରଞ୍ଜନ କୁମାର ମହାପାତ୍ର, ଅଏଲ ଇଣ୍ଡିଆର ଲିଃ ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ରଞ୍ଜିତ ରଥ, ସୋଆ ବିଶ୍ୱ ବିଦ୍ୟାଳୟ ଉପଦେଶ ବୋର୍ଡ଼ର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ, ଆପୋଲୋ ହସ୍ପିଟାଲ ଷ୍ଟ୍ରାଟେଜୀ ମୁଖ୍ୟ ଶ୍ରୀ ଆଶିଷ ପତି, କିଟ୍ ଭୁବନେଶ୍ୱର ଇନୋଭେସନ କ୍ଲଷ୍ଟର ଅଧ୍ୟକ୍ଷ ଶ୍ରୀ ମୃତ୍ୟୁଞ୍ଜୟ ସୁଆର, ଅର୍ଥନୀତିଜ୍ଞ ଡଃ ସନ୍ତୋଷ କୁମାର ମହାପାତ୍ର, ସମ୍ ହସ୍ପିଟାଲ ନିର୍ଦ୍ଦେଶକ ଡଃ ଅଶୋକ ମହାପାତ୍ର, ଏସ୍ଟିଏଲ୍ର ଶ୍ରୀ ସନ୍ଦୀପ ଦାସ, ଜେଆର୍ଏସ ଡିସ୍ରପ୍ଟିଭ ସଲ୍ୟୁସନ୍ସର ପରିଚାଳନା ନିର୍ଦ୍ଦେଶକ ଡଃ ଯଦୁମଣି ଜେନା ପ୍ରମୁଖ ଉପସ୍ଥିତ ରହି ଓଡ଼ିଶା ସ୍ୱାବଲମ୍ବନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।

ଉଦ୍ଯାପନୀ ଉତ୍ସବରେ ଓଡ଼ିଶୀ ନୃତ୍ୟଗୁରୁ ଶାଶ୍ୱତ ଯୋଶୀ ଏବଂ ଗ୍ରୁପଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ‘ଚିର ନମସ୍ୟ ପରଂବ୍ରହ୍ମ’ ଉପସ୍ଥିତ ଦର୍ଶକଙ୍କୁ ଭେଟି ଦେଇଥିଲା ଓଡ଼ିଶୀ ନୃତ୍ୟର ଭିନ୍ନ ଏକ ସ୍ୱରୂପ ।

ପଶ୍ଚିମ ଓଡ଼ିଶାର ସଙ୍ଗୀତ ଅନୁଷ୍ଠାନ ‘ଆଦିଧୂନ’ର ସଂଚାଳକ ଶ୍ରୀ ରବିରତନ ସାହୁଙ୍କ ସଂଯୋଜନାରେ ଲୋକବାଦ୍ୟ, ଲୋକନୃତ୍ୟ ଓ ଲୋକ ସଙ୍ଗୀତର ଅପୂର୍ବ ସଙ୍ଗମ ଦେଖିବାକୁ ମିଳିଥିଲା । ଗୁରୁ ଅନିରୁଦ୍ଧ ଏବଂ ଗ୍ରୁପ ଦ୍ୱାରା ଶୌର୍ଯ୍ୟର ଗାଥା ‘ଅନନ୍ୟ ଓଡ଼ିଶା’ ଛଉ ଓ ପାଇକ ଫ୍ୟୁଜନ ନୃତ୍ୟର ଭରପୂର ଆନନ୍ଦ ଉଠାଇଥିଲେ ଦର୍ଶକ ।

ଲୋକପ୍ରିୟ ଓଡ଼ିଆ କଣ୍ଠଶିଳ୍ପୀ ଅନନ୍ୟା ଶ୍ରୀତମ ନନ୍ଦଙ୍କ ଦ୍ୱାରା ସୁଫିଆନା ସଙ୍ଗୀତର ଦର୍ଶକ ହୋଇଥିଲେ ବିମୁଗ୍ଧ । ଶେଷରେ ସନ୍ଦୀପ ମହାନ୍ତିଙ୍କ ‘ତାଳବାଦ୍ୟ’ ଓଡ଼ିଶାର ଲୁପ୍ତପ୍ରାୟ କଳାକୁ ସର୍ବ ସମ୍ମୁଖରେ ଆଣିଥିବାରୁ ପ୍ରଂଶସା ସାଉଁଟିଥିଲା ।

Spread the love