4 Odias To Be Conferred With Prestigious Padma Awards 2024

ଗଣତନ୍ତ୍ର ଦିବସ ଅବସରରେ ୨୦୨୪ ମସିହା ପାଇଁ ସମ୍ମାନଜନକ ପଦ୍ମ ପୁରସ୍କାର ଘୋଷଣା ହୋଇଛି । ଏଥର ୫ଜଣଙ୍କୁ ପଦ୍ମବିଭୂଷଣ, ୧୭ଜଣଙ୍କୁ ପଦ୍ମ ଭୂଷଣ ଓ ୧୧୦ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବ। ୧୧୦ ପଦ୍ମଶ୍ରୀଙ୍କ ମଧ୍ୟରୁ ଓଡ଼ିଶାର କଳା କ୍ଷେତ୍ରରେ ୪ଜଣଙ୍କୁ ପଦ୍ମଶ୍ରୀ ମିଳିବ । କୃଷ୍ଣ ଲୀଳାର ସଙ୍ଗୀତକାର ଗୁରୁ ଗୋପୀନାଥ ସ୍ବାଇଁ, ବରଗଡ଼ର ଶବ୍ଦ ନୃତ୍ୟ ଶିଳ୍ପୀ ଗୁରୁ ଭାଗବତ ପ୍ରଧାନ, ପଟ୍ଟଚିତ୍ର ଶିଳ୍ପୀ ବିନୋଦ ମହାରଣା, ସମ୍ବଲପୁରର ନାଟ୍ୟକାର ତଥା ଗୀତିକାର ବିନୋଦ ବଶାୟତ ‘ପଦ୍ମଶ୍ରୀ’ ପାଇବାକୁ ମନୋନୀତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାର କୃଷ୍ଣ ଲୀଳା ଲୋକନାଟ୍ୟର ପ୍ରସିଦ୍ଧ ଚେହେରା ୧୦୫ ବର୍ଷୀୟ ଗୋପୀନାଥ ସ୍ୱାଇଁ କଳାକାର ପରିବାରରେ ଜନ୍ମ ଗ୍ରହଣ କରିଥିବା ବେଳେ ମାତ୍ର ୫ ବର୍ଷ ବୟସରୁ ଲୋକ ସଙ୍ଗୀତ ଶିକ୍ଷା ଲାଭ କରିଥିଲେ। ଗୋପୀନାଥ କୃଷ୍ଣ ଲୀଳା ନାଟ୍ୟର ପ୍ରଚାର ଓ ପ୍ରସାର ପାଇଁ ନିଜ ଜୀବନ ଉତ୍ସର୍ଗ କରିଛନ୍ତି। ଗାଁ ଗାଁରେ ଅଖାଡ଼ା ନିର୍ମାଣ କରି ସେ ଶହ ଶହ କଳାକାରଙ୍କୁ ଏହି ଲୋକକଳାଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି। ସେହିପରି ଲୋକନୃତ୍ୟ ‘ଶଦ୍ଦ ନୃତ୍ୟ’ର ବିଶିଷ୍ଟ କଳାକାର ଭାଗବତ ପ୍ରଧାନ ଦୀର୍ଘ ୫ ଦଶନ୍ଧି ଧରି ଏହି କଳାର ପ୍ରଦର୍ଶନ କରିବା ସହ ପ୍ରଚାର ଓ ପ୍ରସାର ପାଇଁ ନିଜକୁ ସମର୍ପି ଦେଇଛନ୍ତି। ନିଜ ଜୀବନକାଳ ମଧ୍ୟରେ ସେ ପ୍ରାୟ ୬୦୦ରୁ ଉର୍ଦ୍ଧ୍ୱ ଶିଷ୍ୟଙ୍କୁ ଏହି କଳା ଶିଖାଇଛନ୍ତି।

Spread the love