Odisha’s SOA Gets Top University Award From Competition Success Review (CSR)

ଓଡିଶା ପାଇଁ ଗୌରବ ଆଣିଛି ସୋଆ ବିଶ୍ବବିଦ୍ୟାଳୟ । ଦେଶର ଅଗ୍ରଣୀ କରେଣ୍ଟ ଆଫେୟାର୍ସ ଓ କ୍ୟାରିୟର ମାଗାଜିନ୍ କମ୍ପିଟିସନ୍ ସକ୍ସେସ୍ ରିଭ୍ୟୁ (ସିଏସ୍ଆର୍) ପକ୍ଷରୁ ୨୦୨୩ ପାଇଁ ଶିକ୍ଷା ଓ ଅନୁସନ୍ଧାନ ‘ସୋଆ’ କୁ ଦେଶର ଉତ୍କୃଷ୍ଟ ବିଶ୍ବବିଦ୍ୟାଳୟ ଭାବେ ମନୋନୀତ କରାଯାଇଛି। ଏହାସହ ସୋଆକୁ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ପାଇଁ ସମ୍ମାନୀତ କରାଯାଇଛି। ରବିବାର ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯାଇଛି।

ଏହି ସମ୍ମାନ ପ୍ରଦାନ ଉତ୍ସବରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡକ୍ଟର ମନୋଜରଞ୍ଜନ ନାୟକଙ୍କୁ ସିଏସ୍ଆର୍ ପକ୍ଷରୁ ଦେଶର ଅଗ୍ରଣୀ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ଭାବେ ସମ୍ମାନୀତ କରାଯାଇଛି। ସେହିପରି ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)କୁ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଏବଂ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟକୁ ଶ୍ରେଷ୍ଠ ହୋଟେଲ୍‌ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନ ଭାବେ ସମ୍ମାନ ପ୍ରଦାନ କରାଯାଇଛି।

Spread the love