Sweet Dish 'Rasabali' Of Odisha's Kendrapara Gets GI Tag

କେନ୍ଦ୍ରାପଡ଼ାର ପ୍ରସିଦ୍ଧ ରସାବଳିକୁ ମିଳିଲା ବିଶ୍ୱ ଦରବାରରେ ପରିଚୟ । କେନ୍ଦ୍ରାପଡ଼ା ମିଷ୍ଟାନ୍ନ ରସାବଳି ସଂଘର ଆବେଦନକୁ ମଞ୍ଜୁରୀ ମିଳିଛି।ଗୁଣବତ୍ତା ଓ ମାନ ଯାଞ୍ଚ ପରେ ରସାବଳିକୁ ଜିଆଇ ଟ୍ୟାଗ୍ ମିଳିଛି । ସାରା ଓଡ଼ିଶାରେ ଖୁସିର ଲହରୀ ଖେଳିଯାଇଛି । ତେବେ ତୁଳସୀ କ୍ଷେତ୍ର ଶ୍ରୀ ବଳଦେବଜୀଉଙ୍କ ମୁଖ୍ୟ ଭୋଗ ହେଉଛି ରସାବଳି । କେନ୍ଦ୍ରାପଡା ସଂସ୍କୃତି ସହିତ ଜଡିତ ଏହି ମିଠା । ତେବେ ସାରା ରାଜ୍ୟରେ କେନ୍ଦ୍ରାପଡ଼ା ରସାବଳିର ସ୍ବତନ୍ତ୍ର ପ୍ରସିଦ୍ଧି ରହିଛି। ଛେନା, କ୍ଷୀର ଓ ଚିନିରେ ପ୍ରସ୍ତୁତ ହେଉଥିବା ଏହି ମିଷ୍ଟାନ୍ନ ପ୍ରଭୁ ବଳଦେବଜୀଉଙ୍କ କୋଠ ଭୋଗ ମଧ୍ୟରେ ଅନ୍ତର୍ଭୁକ୍ତ। ତ୍ରୟୋଦଶ ଶତାବ୍ଦୀରୁ ଏହା ବଳଦେବଜୀଉଙ୍କ ପାଖେ ଭୋଗ ଆକାରରେ ଲାଗି ହେଉଥିବା କୁହାଯାଉଛି। ତେବେ ଦୀର୍ଘ ଦିନ ଧରି ରସାବଳିକୁ ଜିଆଇ ଟ୍ୟାଗ ପାଇଁ ଦାବି ହୋଇ ଆସୁଥିଲା । ୧୩ ଡିସେମ୍ବର ୨୦୨୧ରେ ଆବେଦନ କରାଯାଇଥିଲା ଏବଂ ଏବେ ରସାବଳିକୁ ଜିଆଇ ଟ୍ୟାଗ୍ ମାନ୍ୟତା ମିଳିଛି । ରସାବଳିକୁ ନେଇ ସ୍ବତନ୍ତ୍ର ‘ନୈବେଦ୍ୟ କେନ୍ଦ୍ରାପଡ଼ା ରସାବଳି’ ପୁସ୍ତକ ଲେଖିଥିବା ଗବେଷକ ନିର˚ଜନ ମେକାପ କହିଛନ୍ତି ଯେ ପ୍ରତି କେନ୍ଦ୍ରାପଡ଼ାବାସୀଙ୍କ ପାଇଁ ଆଜି ଗର୍ବର ଦିନ। ସମସ୍ତଙ୍କ ସହଯୋଗ ପାଇଁ ଏହାକୁ ଜାତୀୟ ସ୍ବୀକୃତି ମିଳିଛି। ରସାବଳି କାରିଗରଙ୍କ ସ୍ବତନ୍ତ୍ରତା ଏହାଦ୍ବାରା ବଜାୟ ରହିବ ବୋଲି ଶ୍ରୀ ମେକାପ ଆଶା ରଖିଛନ୍ତି। ତେବେ ଜିଆଇ ଟ୍ୟାଗ୍ ରସାବଳିକୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବାରେ ଅଧିକ ସହାୟକ ହେବ।

Spread the love