Biju Patnaik's Dakota aircraft brought to Bhubaneswar from Kolkata

ବହୁ ପ୍ରତିକ୍ଷାର ଅନ୍ତ ଘଟିଛି । ଓଡ଼ିଶାରେ ପହଞ୍ଚିଛି ବିଜୁ ବାବୁଙ୍କ ଡାକୋଟା ବିମାନ । ବିମାନଟି ଭୁବନେଶ୍ୱର ପହଞ୍ଚିବା ପରେ ବିମାନବନ୍ଦର ଅଭିମୁଖେ ନିଆଯାଇଛି । ଏବେ ସିଧାସଳଖ ଭୁବନେଶ୍ୱର ବିମାନବନ୍ଦରରେ ଡାକୋଟାକୁ ଦେଖିବେ ଓଡିଶାବାସୀ । ଭୁବନେଶ୍ୱରରେ ପହଞ୍ଚିବା ପରେ ଡାକୋଟାକୁ ସ୍ୱାଗତ କରିବାକୁ ଯାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ବିମାନବନ୍ଦରର ଟର୍ମିନାଲ-୧ରେ ଡାକୋଟାକୁ ରଖାଯାଇଛି । ମଙ୍ଗଳବାର ଏହା କୋଲକାତା ବିମାନବନ୍ଦରରୁ ଅଣାଯାଇଥିଲା । ବୁଧବାର ଓଡ଼ିଶା ପହଞ୍ଚିବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱାଗତ କରାଯାଇଥିଲା । ଏବେ ଏହାକୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ରଖାଯାଇଥିବା ବେଳେ ଖୁବ୍‌ ଶୀଘ୍ର ଟର୍ମିନାଲ-୧ ସମ୍ମୁଖରେ ସର୍ବସାଧାରଣଙ୍କ ପ୍ରଦର୍ଶନ ପାଇଁ ରଖାଯିବ। ଏଥିପାଇଁ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ୧.୧ଏକର ଜମି ଯୋଗାଇ ଦେଇଛନ୍ତି। ଏଠାରେ ବିମାନ‌ର ଯନ୍ତ୍ରାଂଶଗୁଡ଼ିକୁ ଖଞ୍ଜାଯିବା ସହ ବିମାନଟିକୁ ଯଥାସମ୍ଭବ ନୂଆ ରୂପ ଦିଆଯିବ। ଆସନ୍ତା ମାର୍ଚ୍ଚ ୫ରେ ବିଜୁ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପଣ କରିବେ ବୋଲି ଜଣାପଡ଼ିଛି।

Spread the love