Union Education Minister Dharmendra Pradhan launched the Sanskrit translation of Odia novel 'Jagyaseni'.

ଉନ୍ମୋଚିତ ହେଲା ‘ଯାଜ୍ଞସେନୀ’ର ସଂସ୍କୃତ ଅନୁବାଦିତ ପୁସ୍ତକ। ବିଶିଷ୍ଟ ସାହିତ୍ୟିକ ପଦ୍ମଭୂଷଣ ପ୍ରତିଭା ରାୟଙ୍କ ଲିଖିତ ଓଡ଼ିଆ ଉପନ୍ୟାସ ‘ଯାଜ୍ଞସେନୀ’ର ସଂସ୍କୃତ ଭା‌ଷାର ଦ୍ବିତୀୟ ସଂସ୍କରଣ ପୁସ୍ତକକୁ ଉନ୍ମୋଚନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂଆଦିଲ୍ଲୀରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଓ ସଙ୍ଗୀତ ନାଟକ ଏକାଡେମିର ମିଳିତ ଉଦ୍ୟମରେ ଆୟୋଜିତ ଦୁଇ ଦିବସୀୟ ‘ଯାଜ୍ଞସେନୀ ଜାତୀୟ ସମ୍ମିଳନୀ’ରେ ଏହି ପୁସ୍ତକକୁ ଉନ୍ମୋଚନ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ଇତିହାସରେ ଯାଜ୍ଞସେନୀ ଦ୍ରୌପଦୀ, ଅହଲ୍ୟା ଏବଂ ଶ୍ରବଣ କୁମାରଙ୍କ ଭଳି ଅନେକ ଚରିତ୍ର ଅଛନ୍ତି। ଏହି କଥାକୁ ନୂଆପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଆମର ବିଶ୍ୱବିଦ୍ୟାଳୟ ଗୁଡ଼ିକ ଉକ୍ତ ବିଷୟ ଉପରେ ଅନୁସନ୍ଧାନ ସହ ଵ୍ୟାଖ୍ୟାନ କରିବା ପାଇଁ ଦାୟିତ୍ୱ ନେବା ଦରକାର। ସେହିପରି ଆମ ସଭ୍ୟତା ସବୁବେଳେ ନାରୀଙ୍କୁ ସମ୍ମାନ ଦେବା ଶିଖାଇଛି। ବର୍ତ୍ତମାନ ସମୟରେ ଭାରତୀୟ ସଭ୍ୟତାକୁ ଉଜାଗର କରିଥିବା ମା’ଙ୍କ ଉପରେ ଚର୍ଚ୍ଚା ହେବା ଆବଶ୍ୟକ। କାରଣ ସ୍ରଷ୍ଟାଙ୍କୁ କେନ୍ଦ୍ରକୁ ନଆଣିଲେ ସୃଷ୍ଟି ହୋଇପାରିବନାହିଁ। ବିଶ୍ୱବିଦ୍ୟାଳୟଗୁଡ଼ିକ ଆମର ପୁରାତନ ସଭ୍ୟତା, ସମାଜର ପୁଞ୍ଜି ତଥା ଭାରତୀୟତାକୁ ଵ୍ୟାଖ୍ୟାନ କରିବା ଦିଗରେ କାମ କରିବା ଆବଶ୍ୟକ।

Spread the love