Odishaparba-2024

ନୂଆଦିଲ୍ଲୀସ୍ଥିତ ଅଣଲାଭକାରୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଓଡ଼ିଆ ସମାଜ ସର୍ବଦା ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ପ୍ରୋତ୍ସାହିତ କରିବା ନିମନ୍ତେ ସମର୍ପିତ । ଓଡ଼ିଆ ଅସ୍ମିତାର ସୁରକ୍ଷା ଓ ପ୍ରଚାର ପ୍ରସାରକୁ ନେଇ ଓଡ଼ିଆ ସମାଜ ଦ୍ୱାରା ପରିଚାଳିତ ବିଭିନ୍ନ କାର‌୍ୟ୍ୟକ୍ରମ ମଧ୍ୟରେ ‘ଓଡ଼ିଶା ପର୍ବ’ ଏକ ବହୁ ପ୍ରତୀକ୍ଷିତ ସମାରୋହ ।

୨୦୧୭ରେ ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍ ଉଦ୍ୟାନ ପରିସରରେ ଆରମ୍ଭ ହୋଇଥିବା ‘ଓଡ଼ିଶା ପର୍ବ’ ସଫଳତା ସାଉଁଟିଥିଲା । ପରବର୍ତ୍ତୀ ସମୟରେ କୋଭିଡ୍ ମହାମାରୀ କାରଣରୁ ‘ଓଡ଼ିଶା ପର୍ବ’ ୨୦୨୦ରେ ବନ୍ଦ ରହିଥିଲା । କିନ୍ତୁ ୨୦୨୧ ଏବଂ ୨୦୨୨ରେ ଏହା ବିଶ୍ୱସ୍ତରରେ ଆଭାସୀ ମାଧ୍ୟମରେ ପ୍ରସ।ରିତ ହୋଇଥିଲା, ଯେଉଁଥିରେ ସମଗ୍ର ବିଶ୍ୱରୁ ଓଡ଼ିଆ ଓ ଅଣ ଓଡ଼ିଆ ଦର୍ଶକ ସାମିଲ ହୋଇଥିଲେ । କୋଭିଡ୍ ମହାମାରୀ ପରେ ମାର୍ଚ୍ଚ ୨୦୨୩ରେ ନୂଆଦିଲ୍ଲୀର ଜବାହାରଲାଲ ନେହେରୁ ଷ୍ଟାଡିୟମରେ ‘ଓଡ଼ିଶା ପର୍ବ’ ଆୟୋଜିତ ହୋଇ ବେଶ୍ ଆଦୃତ ହୋଇଥିଲା ।

ଚଳିତ ବର୍ଷ ପୁଣି ଥରେ ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ଓ ଅସ୍ମିତାକୁ ନେଇ ‘ଭାରତର ଗର୍ବ ଓଡ଼ିଶା ପର୍ବ’ ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀର ଜବାହାରଲାଲ ନେହରୁ ଷ୍ଟାଡିୟମ୍ ପରିସରରେ ନଭେମ୍ବର ୨୨ରୁ ୨୪ ତାରିଖ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ।

‘ଓଡ଼ିଶା ପର୍ବ ୨୦୨୪’ ମହାସାଂସ୍କୃତିକ ମହୋତ୍ସବର ମୁଖ୍ୟ ଆକର୍ଷଣ ହେବାକୁ ଯାଉଛି ‘ଓଡ଼ିଶା କନ୍‌କ୍ଲେଭ’ର ଦ୍ୱିତୀୟ ସଂସ୍କରଣ । ଯେଉଁଥିରେ ଓଡ଼ିଶାର ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ଓଡ଼ିଆ ଅସ୍ମିତା, ଓଡ଼ିଆ ଭାଷା, ସାହିତ୍ୟ ଓ ନୂତନ ଶିକ୍ଷାନୀତି ଏବଂ ଓଡ଼ିଶାରେ ସ୍ବାଧୀନତା ସଂଗ୍ରାମର ଗାଥା ଆଦି ପ୍ରସଙ୍ଗରେ ଆଲୋଚନା ହେବା ସହ ନ୍ୟାସନାଲ ବୁକ୍ ଟ୍ରଷ୍ଟ ଇଣ୍ଡିଆ ପକ୍ଷରୁ ଏକ ପୁସ୍ତକ ପ୍ରଦର୍ଶନୀ ଆୟୋଜିତ ହେବ । ଏହାବ୍ୟତୀତ  ‘ଓଡ଼ିଶା ପର୍ବ ୨୦୨୪’ ରେ ଏକ ଷ୍ଟାର୍ଟଅପ୍ ସମ୍ମିଳନୀ ଅନୁଷ୍ଠିତ ହେବ, ଯେଉଁଥିରେ ଓଡ଼ିଆ ଯୁବ ଉଦ୍ୟୋଗୀମାନେ ଅଂଶଗ୍ରହଣ କରି ନିଜର ଷ୍ଟାର୍ଟଅପ୍ ସମ୍ବନ୍ଧରେ ବିଶେଷ ଆଲୋଚନା କରିବେ । ଏହା ସହ ସଧାରଣ ଲୋକଙ୍କ ଅନ୍ତର୍ନିହିତ ପ୍ରତିଭାକୁ ଉତ୍ସାହିତ କରିବା ପାଇଁ ଏଥର ପ୍ରତିଭା ପ୍ରଦର୍ଶନୀ ମଞ୍ଚର ଆୟୋଜନ କରାଯାଇଛି ।

ପ୍ରତିବର୍ଷ ପରି ‘ଓଡ଼ିଶା ପର୍ବ ୨୦୨୪’ ଏହାର ଅତୁଳନୀୟ ସାଂସ୍କୃତିକ କାର‌୍ୟ୍ୟକ୍ରମ ଜରିଆରେ ଦର୍ଶକଙ୍କ ମନୋରଞ୍ଜନ କରିବ, ଯେଉଁଥିରେ ଅନନ୍ୟ ଲୋକକଳା, ଲୋକସଙ୍ଗୀତ, ଲୋକନୃତ୍ୟ, ପାରମ୍ପରିକ ହସ୍ତଶିଳ୍ପ ଓ ହସ୍ତତନ୍ତ ମାଧ୍ୟମରେ ଅନେକ ଲୁକ୍କାୟିତ ପ୍ରତିଭା ନିଜର ସ୍ୱତନ୍ତ୍ର କଳାକୁ ଜାତୀୟ ସ୍ତରରେ ପ୍ରଦର୍ଶିତ କରିବାର ସୁଯୋଗ ପାଇବେ ।

ଏବର୍ଷ ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଇଲିଆନା ସୀତାରିଷ୍ଟଙ୍କ ଚମତ୍କାର ଓଡ଼ିଶୀ ନୃତ୍ୟ ଓ ଗୁରୁ କବିତା ମହାନ୍ତିଙ୍କ ସମରକଳାରେ ସମ୍ମୋହିତ ହେବେ ଦର୍ଶକଗଣ । ଓଡ଼ିଶା କଳା ଓ ପରମ୍ପରାକୁ ଆହୁରି ଦର୍ଶକଙ୍କ ନିକଟତର କରିବା ପାଇଁ ପ୍ରତିଦିନ ମଞ୍ଚ ଉପରେ ଏବଂ ବାହାରେ ବିଭିନ୍ନ ଅନୁଷ୍ଠାନ ଓଡ଼ିଶାର ଲୁପ୍ତପ୍ରାୟ ଲୋକକଳା, ସଙ୍ଗୀତ ଓ ନୃତ୍ୟକୁ ପରିବେଷଣ କରିବେ, ଯେଉଁଥିରେ ଓଡ଼ିଶୀ ଓ ପ୍ରାଚୀନ ସମରକଳାର ଅପୂର୍ବ ସଙ୍ଗମ ସହ ରଙ୍ଗବତୀ ତାଳେ ତାଳେ ସମ୍ବଲପୁରୀ ନୃତ୍ୟର ଆସର ଜମିବ । ଏହାଛଡ଼ା ଓଡ଼ିଶା ପରମ୍ପରାକୁ ଭନ୍ନ ପରିଚୟ ପ୍ରଦାନ କରୁଥିବା ଘୋଡ଼ା ନାଚ, ଛଉ ନୃତ୍ୟ, ପାଇକ ନାଚ, ଗୋଟିପୁଅ ନୃତ୍ୟ, ଆଦିବାସୀ ନାଚ, ମେଢ଼, ସାହିଜାତ, ଘଣ୍ଟୁଆ, ଯୋଡ଼ି ଶଙ୍ଖ, ଚଇତି ଘୋଡ଼ା, ରଣପା, ପଶୁ ମୁଖା ନାଚ ଓ ମାଲଖମ୍ବ ପରି ଅନେକ ଲୋକକଳା ପ୍ରଦର୍ଶିତ ହେବ ।

ସେହିପରି ମନଲାଖି ଓଡ଼ିଆ ସଙ୍ଗୀତ ପରିବେଷଣ କରିବେ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦଙ୍କ ସମେତ କଣ୍ଠଶିଳ୍ପୀ ବର୍ଣ୍ଣାଳୀ ହୋତା, ସ୍ୱୟଂ ପାଢୀ, ଅଭିଜିତ ମିଶ୍ର, ବିଷ୍ଣୁମୋହନ କବି, ଦିପ୍ତୀ ରେଖା, ପଙ୍କଜ ଜାଲ ଏବଂ ଶାଶ୍ୱତ ତ୍ରିପାଠୀ । ଏପରିକି ସୋସିଆଲ ମିଡିଆରେ ସମସ୍ତଙ୍କ ମନ ଜିଣିଥିବା ରାପର୍ \”ବିଗ ଡିଲ୍‌\’ଏବଂ ସମ୍ବଲପୁର ରାପର୍ ପ୍ରୟାସ୍ ବହିଦାରଙ୍କ ଜଲୱାରେ ଏଥର ଝୁମିବେ ଦର୍ଶକ ।

ଓଡ଼ିଶା ପର୍ବର ପ୍ରତିଟି ସନ୍ଧ୍ୟା ଦେଖଣାହାରୀଙ୍କୁ ବାନ୍ଧି ରଖିବା ସହ ଦର୍ଶକଙ୍କ ପାଇଁ ସବୁ ପ୍ରକାରର ଷ୍ଟଲ୍ ରହିଛି । ଓଡ଼ିଆ ଶିଳ୍ପୀଙ୍କ ନିଖୁଣ କାରିଗରୀର ଭାସ୍କର‌୍ୟ୍ୟ ଓ କୃତି ପୂର୍ଣ୍ଣ ବିଭିନ୍ନ ସାମଗ୍ରୀ ଏହି ଷ୍ଟଲ୍ ଗୁଡ଼ିକରେ ଦେଖିବାକୁ ମିଳିବ । ଏହା ସହ ଅଜୟ ମିଶ୍ରଙ୍କ ମିଶ୍ରଶାଳାରେ ଦେଖିବାକୁ ମିଳିବ ଓଡ଼ିଶାର ଲୁପ୍ତପ୍ରାୟ ଲୋକସଂସ୍କୃତିର ଅନେକ ଉପକରଣ ।

ଖାଦ୍ୟ ବିନା ସଂସ୍କୃତି ଅସମ୍ପୁର୍ଣ୍ଣ ଏଣୁ ଓଡ଼ିଆ ସ୍ୱାଦ ପରସିବା ପାଇଁ ଜାଗନ୍ନାଥ ଭୋଗ କାଉଣ୍ଟର୍ ସହ ୪୫ଟି ଖାଦ୍ୟ ଷ୍ଟଲ୍ ରହିଛି। ଏଠାରେ ପିଠାପଣାଠାରୁ ଆରମ୍ଭ କରି ପାହାଳ ରସଗୋଲା, ବାରିପଦା ମୁଢି ମାଂସ, ମଟନ ଚକୁଳି, କଟକ ଦହିବରା ଓ ଖଟାମିଠା ଗୁପଚୁପ, ବ୍ରହ୍ମପୁର ଆଚାର ଓ ପାମ୍ପଡର ସ୍ବାଦ ସଭିଁଙ୍କୁ ଆକୃଷ୍ଟ କରିବ ।

ସୋସିଆଲ ମିଡ଼ିଆର ଅନେକ ଇନଫ୍ଲୁଏନସରସ୍ ସମାରୋହରେ ସାମିଲ ହେବା ସହ ଓଡ଼ିଶା ପର୍ବକୁ ନେଇ ନିଜ ପ୍ରଶଂସକ ତଥା ଓଡ଼ିଆ ପ୍ରେମୀଙ୍କ ପାଇଁ ବିଭିନ୍ନ ଉତ୍ସାହଜନକ କଣ୍ଟେଣ୍ଟ୍ ପ୍ରସ୍ତୁତ କରିବେ ।

ଓଡ଼ିଶା ସଂସ୍କୃତି ଓ ପରମ୍ପରାର ପ୍ରତୀକ ଓଡ଼ିଆ ଜାତିର ଗୌରବ ବଢ଼ାଇବାର ମହାମଞ୍ଚ ‘ଓଡ଼ିଶା ପର୍ବ ୨୦୨୪’ ସ୍ବାଭିମାନୀ ଓଡ଼ିଆଙ୍କ ଭାବାବେଗକୁ ଯଥାର୍ଥ କରିବାକୁ ପ୍ରୟାସ କରିବ ।

Spread the love