ଐତହ୍ୟ ଗ୍ରାମ ରଘୁରାଜପୁରର ପାରମ୍ପରିକ ଚିତ୍ରକଳା ପଟ୍ଟଚିତ୍ର

ଓଡ଼ିଶାର ପ୍ରାଚୀନ ତଥା ପାରମ୍ପରିକ ଚିତ୍ରକଳାର ଅନନ୍ୟ ବିଭବ ହେଉଛି “ପଟ୍ଟଚିତ୍ର “। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ସହ  ଏହା ଜଡ଼ିତ । ପୁରୀ ଜିଲ୍ଲାର ରଘୁରାଜପୁର ଗାଁ ଆଜିଯାଏଁ ଏହି ବିରଳ ତଥା ଦୁର୍ଲଭ ହସ୍ତକଳାକୁ ବଞ୍ଚାଇ ରଖିଛି। ଗାଁର ପ୍ରତ୍ୟେକ ଲୋକ ଜଣେ ଜଣେ ଶିଳ୍ପୀ ତଥା କାରିଗର, ଯାହାଙ୍କ କାରିଗରୀ ପାଇଁ ଏହି ହସ୍ତକଳା ଏବଂ ରଘୁରାଜପୁର ଗାଁ ଆଜି ବିଶ୍ବବିଦିତ। ପଟ୍ଟଚିତ୍ରକୁ ଜିଆଇ ମାନ୍ୟତା ମିଳିବା ସହ ରଘୁରାଜପୁର ଐତିହ୍ୟ ଗ୍ରାମ ଏବଂ ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି।

ପଟ୍ଟଚିତ୍ରର ଉତ୍ପତ୍ତି

ଶ୍ରୀକ୍ଷେତ୍ର ଧାମ ପୁରୀର ରଘୁରାଜପୁରରେ ପ୍ରାୟ ପଞ୍ଚମ ଖ୍ରୀଷ୍ଟାବ୍ଦରେ ପଟ୍ଟଚିତ୍ର କଳା ଜନ୍ମ ଲାଭ କରିଥିଲା ବୋଲି କେତେକ କୁହନ୍ତି ।  କିନ୍ତୁ ଏହା ବି କୁହାଯାଏ ଯେ ଜଗନ୍ନାଥ ଯେବେଠୁ, ପଟ୍ଟଚିତ୍ର ପରମ୍ପରା ବି ସେବେଠୁ ।  କାରଣ ଶ୍ରୀମନ୍ଦିର ସହ ଏହା ଜଡ଼ିତ। ରଥଯାତ୍ରା ସମୟରେ ସ୍ନାନଯାତ୍ରା ପରେ ଶ୍ରୀଜୀଉ ଅଣସର ଘରେ ଥିବା ବେଳେ ତାଙ୍କ ସ୍ଥାନରେ ପୂଜା ପାଇଥାନ୍ତି ପଟ୍ଟଦିଅଁ । ଏହି ପଟ୍ଟଦିଅଁ ଏହି ଗ୍ରାମରୁ ହିଁ ତିଆରି ହୋଇଯାଇଥାଏ । ତେଣୁ ଶିଳ୍ପୀମାନେ ନିଜକୁ ଜଗନ୍ନାଥଙ୍କ ସେବକ ବୋଲି ପରିଚୟ ଦେଇଥାନ୍ତି। ଏଇଠୁ ହିଁ ଅନୁମାନ କରିପାରିବା ଯେ କାଇଁ କେଉଁ କାଳରୁ ପଟ୍ଟଚିତ୍ର ପରମ୍ପରା ଆମ ରାଜ୍ୟରେ ରହିଆସିଛି । ଆଉ ଏକମାତ୍ର ଗ୍ରାମ ଭାବେ ରଘୁରାଜପୁର ଏହି କଳାକୁ ଜୀବିତି କରି ରଖିଛି।

ଲୋକପ୍ରିୟତାର କାରଣ

ରଘୁରାଜପୁର ଗାଁର ପୁରୁଖା ଲୋକଙ୍କ କହିବା ଅନୁଯାୟୀ ଏହି ପଟ୍ଟଚିତ୍ର ଲୋକପ୍ରିୟତା ପାଇବା ପଛରେ ହେଲିନା ଜୋଲି ନାମକ ଜଣେ ଆମେରିକୀୟ ମହିଳାଙ୍କ ହାତ ରହିଛି। ଯିଏ ଥରେ ପୁରୀକୁ ବୁଲିବାକୁ ଆସିଥିବା ସମୟରେ ଏହି ନିଆରା କଳା ସମ୍ପର୍କରେ ଜାଣିବାକୁ ପାଇଥିଲେ ଓ ଏହାକୁ କିଣି ନେଇ ଏହାର ପ୍ରଚାର ପ୍ରସାର କରିଥିଲେ ଏବଂ ଅନ୍ୟମାନଙ୍କୁ ଏହି ଅଦ୍ଭୁଦ କଳା ସମ୍ପର୍କରେ ଜଣାଇଥିଲେ । ଯାହା ଫଳରେ ପଟ୍ଟଚିତ୍ର ଧୀରେ ଧୀରେ ଲୋକଲୋଚନକୁ ଆସିବାକୁ ଲାଗିଥିଲା । ଏହାର  ସୂକ୍ଷ୍ମକାରୁକାର୍ଯ୍ୟପୂର୍ଣ୍ଣ ଚମତ୍କାର କଳାକୁ କେବଳ ରାଜ୍ୟ ନୁହେଁ ବିଦେଶୀ ପର୍ଯ୍ୟଟକ ଦେଖି ଚକିତ ହୋଇଥିଲେ। ଏହାପରେ ପଟ୍ଟଚିତ୍ର ସମ୍ପର୍କରେ ପ୍ରଚାର ପ୍ରସାର ହେବାକୁ ଲାଗିଲା ।  

ପଟ୍ଟ ପ୍ରସ୍ତୁତିର ଶୈଳୀ

“ପଟ୍ଟ” ଶବ୍ଦର ଅର୍ଥ କନା ବା କପଡ଼ା । ସ୍ବତନ୍ତ୍ର ଶୈଳୀରେ ଏହା ତିଆରି ହୋଇଥାଏ । ପ୍ରଥମେ ଚିତ୍ରକରମାନେ ତେନ୍ତୁଳି ମଞ୍ଜିରେ ପ୍ରସ୍ତୁତ ଅଠାକୁ ତିନିପରସ୍ତ ଲୁଗାରେ ଲଗାଇଥାନ୍ତି । ଏହାପରେ ଏଥିରେ ପ୍ରସ୍ତୁତ କପଡ଼ାକୁ ଘଷା ପଥର ଦ୍ବାରା ଘଷି ଏହାକୁ ମସୃଣ କରାଯାଇ ଖରାରେ ଶୁଖାଯାଏ। ଖରାରେ ଶୁଖିଯିବା ପରେ ଏହା ଟାଣ ହୋଇଯାଇଥାଏ, ଯେଉଁଥିରେ ଚିତ୍ର ଆଙ୍କିବା ସହଜ ହୁଏ ଅର୍ଥାତ ଏହାକୁ ହିଁ ପଟ୍ଟ ବା ପଟ୍ଟିକୁ କୁହାଯାଏ । ପରେ ସାଇଜ ଅନୁଯାୟୀ ପଟ୍ଟିକୁ କାଟି ଚିତ୍ର କରାଯାଏ। ତେବେ ପଟ୍ଟଚିତ୍ରରେ ବ୍ୟବହୃତ ରଙ୍ଗ ହେଉଛି ପ୍ରାକୃତିକ, ଯେଉଁଥିପାଇଁ ଏହା ଦୀର୍ଘ ବର୍ଷ ଧରି ଅକ୍ଷତ ହୋଇରହିଥାଏ । ଶଙ୍ଖରୁ ଧଳା, ହିଙ୍ଗୁଳରୁ ଲାଲ୍, ହରିତାଳରୁ ହଳଦିଆ ଏବଂ ଦୀପକଳାରୁ କଳା ରଙ୍ଗ ପ୍ରସ୍ତୁତ କରାଯାଏ ଏବଂ ଏହା ହେଉଛି ମୌଳିକ ରଙ୍ଗ । ପୂର୍ବରୁ କେବଳ କଳା ଓ ଧଳାରେ ପଟ୍ଟଚିତ୍ର ପ୍ରସ୍ତୁତ ହେଉଥିବା ବେଳେ ଏବେ ରଙ୍ଗୀନ ଚିତ୍ର ବେଶ ଆଦୃତ ଲାଭ କରିଛି।

ପଟ୍ଟରେ ଅନେକ ବିଭବ

ପଟ୍ଟଚିତ୍ର ମୁଖ୍ୟତଃ ଜଗନ୍ନାଥ ତଥା କୃଷ୍ଣଙ୍କ ଉପରେ ପରିବେଷ୍ଠିତ ଥାଏ । ଏଥିରେ ନାନା ପ୍ରକାର ପୌରାଣିକ କାହାଣୀକୁ ଚିତ୍ର ମାଧ୍ୟମରେ ବର୍ଣ୍ଣନା କରାଯାଏ । ଯଥା: ରାମାୟଣ, ମହାଭାରତ, ବିଷ୍ଣୁଙ୍କ ଦଶବାତର, କୃଷ୍ଣଙ୍କ ଜନ୍ମ ଓ ରାସଲୀଳା, ଶ୍ରୀଗଣେଶ, ଜଗନ୍ନାଥଙ୍କ ଅବତାର ଏବଂ ବିଭିନ୍ନ ଦେବାଦେବୀ ଅଙ୍କନ କରାଯାଇଥାଏ । ଏଥିସହ ଉଦ୍ଭିଦ ଓ ପ୍ରାଣୀ ଜଗତ ଓଡ଼ିଶୀ ପଟ୍ଟଚିତ୍ରର ଏକ ଅପରିହାର୍ଯ୍ୟ ଅଂଶ। ବିଭିନ୍ନ ପଶୁପକ୍ଷୀ, ଗଛଲତା ଆଦି ପ୍ରାକୃତିକ ବୈଭବକୁ ମଧ୍ୟ ପଟ୍ଟଚିତ୍ରରେ ଚିତ୍ରିତ କରାଯାଏ, ଯାହା ଦେଖିବାକୁ ଅତି ସୁନ୍ଦର ଲାଗେ । କାରଣ ସୂକ୍ଷ୍ମକାରୁକାର୍ଯ୍ୟପୂର୍ଣ୍ଣ ଏହି ହାତ କାମକୁ ଦେଖିଲେ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ।

ଏପରି ହସ୍ତକଳା ବିରଳ କହିଲେ ଚଳେ। ଗୋଟିଏ ପଟ୍ଟଚିତ୍ରକୁ ଲାଗିଥାଏ ପ୍ରାୟ ଦୁଇରୁ ତିନି ଦିନ । ସେହିପରି ଆକାର ଅନୁସାରେ ବଢ଼ିଥାଏ ସମୟ । ଏମିତିକି ଗୋଟେ ଗୋଟେ ପଟ୍ଟଚିତ୍ର ସାରିବାକୁ ବର୍ଷେ ଲାଗିଯାଏ।  ପଟ୍ଟଚିତ୍ର ସହ ଏହି ଗାଁରେ ମଠାକନା ଚିତ୍ର, ତାଳପତ୍ର ଖୋଦେଇ କାମ, କାଗଜମୁଖା, ଗୋବର କଣ୍ଢେଇ, ପଥର ଖୋଦେଇ, କାଠ ଖୋଦେଇ, ପୋଲାଙ୍ଗ ଚିତ୍ର, କାଠ ଫରୁଆ, ଫୁଲଦାନୀ ଚିତ୍ର ଓ ନଡ଼ିଆ କତାରେ ମଧ୍ୟ ବିଭିନ୍ନ ପ୍ରକାର ହସ୍ତଶିଳ୍ପ ସାମଗ୍ରୀ ପ୍ରସ୍ତୁତ କରାଯାଏ। ଆଉ ଆଜିର ଦିନରେ ପଟ୍ଟଚିତ୍ର ପ୍ରମୁଖ ଉପହାର ସାମଗ୍ରୀ ସାଜିଛି। ବିଶେଷ କରି ବିଦେଶୀକୁ ଉପହାର ଦେବାରେ ଏହାର ଚାହିଦା ଅନେକ ରହିଛି। 

କଳାପ୍ରେମୀ ଗାଁ

କଳାପ୍ରତି ସମ୍ପୂର୍ଣ୍ଣ ସମର୍ପିତ ଐତିହ୍ୟ ଗ୍ରାମ ରଘୁରାଜପୁରରେ ବର୍ତ୍ତମାନ ସୁଦ୍ଧା ଶହେଷାଠିଏ ପରିବାର ବସବାସ କରୁଛନ୍ତି। ଇଷ୍ଟଦେବତା ରଘୁନାଥଙ୍କୁ ଆରାଧନ କରି ଏଠାରେ ଭିନ୍ନ ଭିନ୍ନ ସମ୍ପ୍ରଦାୟର ଲୋକ ବସବାସ କରନ୍ତି । କିନ୍ତୁ ପ୍ରତ୍ୟେକ ପରିବାର ନିଜର କୌଳିକ ବୃତ୍ତିକୁ ଭୁଲି କଳା ସାଧନାକୁ ନିଜର ବଞ୍ଚିବାର ରାହା ରୂପେ ଗ୍ରହଣ କରି ନେଇଛନ୍ତି । ପିଲାଠୁ ବୁଢ଼ା, ଝିଅଠୁ ବୋହୂ ସମସ୍ତେ ଏହି ଚିତ୍ରକଳା ଓ ହସ୍ତକଳା କରିବାରେ ନିପୁଣ । ପୂର୍ବଜଙ୍କୁ ଅନୁସରଣ କରି ସମସ୍ତେ ଏହି ଅନନ୍ୟ କଳାରେ ସିଦ୍ଧହସ୍ତ ପାଲଟିଛନ୍ତି, ଯାହାଙ୍କ ଜୀବନ ଓ ଜୀବିକା ହେଉଛି ଏହି ପଟ୍ଟଚିତ୍ର । ତେଣୁ ଗାଁରେ ରହିଛନ୍ତି ଅନେକ ପଦ୍ମ, ରାଷ୍ଟ୍ରପତି ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ବ୍ୟକ୍ତି ବିଶେଷ। ଏହି ପଟ୍ଟଚିତ୍ର ହିଁ ଏମାନଙ୍କୁ ସର୍ବୋଚ୍ଚସ୍ତରରେ ସମ୍ମାନିତ କରାଇଛି।  ପ୍ରତ୍ୟେକ ଘରର ଚିତ୍ରିତ କାନ୍ଥ ଓ ଦୁଆର ହିଁ ବର୍ଣ୍ଣନା କରେ ଏହା ହେଉଛି ଶିଳ୍ପୀଙ୍କ ଗାଁ ଏବଂ ଏକ ଅନନ୍ୟ ହସ୍ତଶିଳ୍ପର ସଂଗ୍ରହାଳୟ।   

ଅନେକ ପ୍ରତିଭାଙ୍କ ଗାଁ

କଳା, ସଂସ୍କୃତି ଓ ଐତିହ୍ୟର ପରିପୂର୍ଣ୍ଣ ପୁରୀ ଜିଲ୍ଲାର ରଘୁରାଜପୁର ଗ୍ରାମ ସଦାସର୍ବଦା ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସିଛି। ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ ପଦ୍ମ ବିଭୂଷଣ ଗୁରୁ କେଳୁଚରଣ ମହାପାତ୍ର, ପଟ୍ଟଚିତ୍ରର ମହାନ ଗୁରୁ ଡ. ଜଗନ୍ନାଥ ମହାପାତ୍ର, ସୁନାମଧନ୍ୟ ଗୋଟିପୁଅ ନୃତ୍ୟଗୁରୁ ପଦ୍ମଶ୍ରୀ ମାଗୁଣି ଦାସ ଏବଂ ବିଶିଷ୍ଟ ମର୍ଦ୍ଦଳଗୁରୁ ବାଦ୍ୟଭୂଷଣ ବନମାଳୀ ମହାରଣାଙ୍କଠାରୁ ଆରମ୍ଭ କରି ଅନେକ ପ୍ରସିଦ୍ଧ ଓ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କ ଜନ୍ମସ୍ଥାନ ଏହି ଗାଁରେ ଏବଂ ନିଜ ପ୍ରତିଭା ବଳରେ ଗାଁକୁ ଗର୍ବିତ କରିଯାଇଛନ୍ତି । ଏହାସହ ଗୋଟିପୁଅ ନୃତ୍ୟ ପାଇଁ ମଧ୍ୟ ଏହି ଗାଁ ପ୍ରସିଦ୍ଧି ଲାଭ କରିଛି ।

ଓଡ଼ିଶାର ଏହି ଅନନ୍ୟ ପଟ୍ଟଟିତ୍ର କଳା ଆଜି ବିଦେଶରେ ଖ୍ୟାତ।  ପ୍ରତିଦିନ ଏହି ଗାଁକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ହେଲେ ଆଜି ବି ପଟ୍ଟଚିତ୍ର ଏବଂ ଏହାର ଶିଳ୍ପୀଙ୍କୁ ଆହୁରି ପ୍ରୋତ୍ସାହନ ଓ ସହାୟତା ଦରକାର, ଯେଉଁଥିରେ ସେମାନଙ୍କର ଆର୍ଥିକସ୍ଥିତି ଆହୁରି ହୋଇପାରିବ ସୁଦୃଢ ଓ ସବଳ। ପଟ୍ଟଚିତ୍ର ସମ୍ପର୍କରେ ଅଧିକ ଜାଣିବାକୁ ଚାହୁଁଥିଲେ ୟୁଟ୍ୟୁବ ଲିଙ୍କ୍ ଦିଆଯାଇଛି, ଯାହାକୁ ଦେଖି ଐତିହ୍ୟ ଗ୍ରାମ ରଘୁରାଜପୁର ସମ୍ପର୍କରେ ଅଧିକ ଜ୍ଞାନ ହାସଲ କରନ୍ତୁ।

Spread the love