Odisha's first bone bank will be opened at SCB Medical college & hospital.

କଟକ ବଡ଼ଡାକ୍ତରଖାନା (ଏସ୍‌ସିବି) ରେ ‌ଖୋଲିବ ରାଜ୍ୟର ପ୍ରଥମ ବୋନ୍‌ ବ୍ୟାଙ୍କ। ଏଥିପାଇଁ ଅସ୍ଥିଶଲ୍ୟ ବିଭାଗରେ ସମସ୍ତ ପ୍ରସ୍ତୁତି ସରିଛି। ଆବଶ୍ୟକୀୟ ଭିତ୍ତିଭୂମି ପ୍ରସ୍ତୁତି ସରିଥିବାବେଳେ ମେସିନ୍‌ ପାଇଁ ଟେଣ୍ଡର ଡକାଯାଇଛି, ଯାହାକି ଆସନ୍ତା ୨୯ତାରିଖରେ ଖୋଲାଯିବ। ଦୁର୍ଘଟଣା ହେଉ ବା ଅନ୍ୟ କିଛି କାରଣ ପାଇଁ ହାଡ଼ ଅନେକ ସମୟରେ ନଷ୍ଟ ହେଉଥିଲା। ଏପରିକି କୌଶସି ଅସ୍ତ୍ରୋପଚାର ସମୟରେ ହାଡ଼କୁ କାଟି ଫିଙ୍ଗି ଦିଆଯାଉଥିଲା। କିନ୍ତୁ ବୋନ୍‌ ବ୍ୟାଙ୍କ ସ୍ଥାପନ ହେଲେ ହାଡ଼ ନଷ୍ଟ ହେବନି ଏବଂ ଏହାକୁ ସଂରକ୍ଷିତ କରି ରଖାଯାଇପାରିବ। ଯାହାକି ପରବର୍ତ୍ତୀ ସମୟରେ ଅନ୍ୟ ରୋଗୀଙ୍କ ଦେହରେ ପ୍ରତିରୋପଣ କରାଯିବ। ବୋନ୍ ବ୍ୟାଙ୍କ ପ୍ରତିଷ୍ଠା କରାଯାଇ ହାଡ ପ୍ରତିରୋପଣ ଆରମ୍ଭ ନିମନ୍ତେ ଏସ୍‌ସିବି କର୍ତ୍ତୃପକ୍ଷ ପ୍ରସ୍ତୁତ ହେଉଛନ୍ତି। ଓଡ଼ିଶାରେ ଏବେ ବୋନ୍ ବ୍ୟାଙ୍କ ବ୍ୟବସ୍ଥା ସମ୍ପ୍ରତି ଉପଲବ୍ଧ ନାହିଁ। ବର୍ତ୍ତମାନ ଖୁବ ଶୀଘ୍ର ଏସ୍‌ସିବିରେ ବୋନ୍ ବ୍ୟାଙ୍କ ଖୋଲାଯିବା ପାଇଁ ଉଦ୍ୟମ କରାଯାଉଛି, ଯେଉଁଠାରେ ହାଡ ଅସୀମିତ ସମୟ ପାଇଁ ମହଜୁଦ ରହି ପାରିବ।

Spread the love