ଓଡ଼ିଶାର ପ୍ରସିଦ୍ଧ ବାଲିଯାତ୍ରା ଆଉ ଓଡ଼ିଶା ଭିତରେ ସୀମିତ ହୋଇ ରହିବ ନାହିଁ । ଏଥର ଅନ୍ତର୍ଜାତୀୟ ସ୍ତରରେ ପ୍ରଦର୍ଶିତ ହେବ ବାଲିଯାତ୍ରା । ଆଗାମୀ ଅଗଷ୍ଟ ମାସରେ ସୁଦୂର ଇଣ୍ଡୋନେସିଆର ବାଲିଠାରେ ଏହି ଯାତ୍ରା ଅନୁଷ୍ଠିତ ହେବ । ଏହା ପୂର୍ବରୁ ଅର୍ଥାତ୍ ଜୁନ୍ ମାସ ୧ ତାରିଖରୁ ଆରମ୍ଭ ହୋଇ ୬ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୭ ଦିନ ଧରି ଇଣ୍ଡୋନେସିଆର ବାଲିର କରଙ୍ଗାସାମଠାରେ ଥ‌ବା ସମସାରା ଲିଭିଂ ମୁଜିୟମ୍‌ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହା ମଧ୍ୟ ଅଗଷ୍ଟ ମାସରେ ଅନୁଷ୍ଠିତ ହେବାକୁ ଥ‌ବା ବାଲିର ବାଲିଯାତ୍ରାର ପ୍ରାକ୍ ପ୍ରସ୍ତୁତି । ଏହା ଓଡ଼ିଶା ସଂସ୍କୃତି ପର୍ଯ୍ୟଟନ ଓ ବାଲି ମଧ୍ୟରେ ଥିବା ସମ୍ପର୍କକୁ ବେଶ୍ ସୁଦୃଢ କରିବାରେ ସାହାଯ୍ୟ କରିବ । ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶାର ପାଖାପାଖି ୧୦ଜଣିଆ କଲଚରାଲ ଟିମ୍ ଭାଗ ନେବେ ବୋଲି କଳିଙ୍ଗ ଇଣ୍ଟର ନ୍ୟାସନାଲ ୟୁଥ୍ ଫାଉଣ୍ଡେସନର ଚେୟାରପର୍ସନ ବିଭୁ ପ୍ରସାଦ ସ୍ୱାଇଁ କହିଛନ୍ତି । ଓଡ଼ିଆ ଭାଷା, ସଂସ୍କୃତି ଓ ପର୍ଯ୍ୟଟନକୁ ଅନ୍ତର୍ଜାତୀୟ ସ୍ତରରେ ପ୍ରଦର୍ଶିତ କରିବା ପାଇଁ ଏହା ଏକ ଭଲ ସୁଯୋଗ ବୋଲି ସେ ମତ ପ୍ରକାଶ କରିଛନ୍ତି ।

Spread the love