ଆସ ବୁଲିଯିବା ଅନୁଗୁଳ

ଶୀତ ଏକ ଋତୁ ନୁହେଁ, ଏକ ଅନୁଭବ ଓ ଏକ ଅନୁଭୂତି । ଶୀତ ଆସିବା ମାତ୍ରେ ମନରେ ଖେଳିଯାଏ ଏକ ଅଜଣା ଖୁସି । ଖରା, ବର୍ଷାର ଖେଳରୁ ମିଳେ ଆଶ୍ବସ୍ତି ।କାକର ଭିଜା ମାଟିକୁ ଦେଖିଲେ ହିଁ ଶୀତେଇ ହୋଇ ଉଠେ ମନ ଓ ବର୍ଷସାରାର ପରିଶ୍ରମକୁ ହାଲକା କରିବା ପାଇଁ ହୃଦୟ ଖୋଜେ ଶାନ୍ତ ଓ ମନଲୋଭା ପରିବେଶ । ନଭେମ୍ବର ଓ ଡିସେମ୍ବର ମାସର ଶୀତରେ ମନ ଚାହେଁ କାଇଁ କେଉଁ ଅଜଣା ଜାଗାକୁ ଯାଇ ବୁଲିଆସିବାକୁ । ତେଣୁ ଶୀତ ଋତୁ କହିଲେ ପିକନିକ୍ କଥା ଆଗ ହିଁ ମନେପଡ଼ିଯାଏ।ସେଥିପାଇଁ ଏହି ବ୍ଲଗରେ ରହିଛି ଅନୁଗୁଳ ଜିଲ୍ଲାର କେତେକ ଟୁରିଷ୍ଟ ପ୍ଲେସ ବିଷୟରେ, ଯେଉଁଠିକୁ ଆପଣ ଯାଇ ବୁଲିପାରିବେ ।

ସାତକୋଶିଆର ଘଞ୍ଚ ଜଙ୍ଗଲ ଓ ସୁଉଚ୍ଚ ପର୍ବତମାଳା ସହ ପ୍ରାକୃତିକ ବୈଭବରେ ପରିପୂର୍ଣ୍ଣ ଏକ ସୁନ୍ଦର ଜିଲ୍ଲା ଅନୁଗୁଳ । ବିଭିନ୍ନ ପ୍ରକାର ପର୍ଯ୍ୟଟନକୁ ନେଇ ପର୍ଯ୍ୟଟନ ମାନଚିତ୍ରରେ ଅନୁଗୁଳର ସ୍ଥାନ ସ୍ବତନ୍ତ୍ର । ତାଳଚେରର ମା’ ହିଙ୍ଗୁଳା, ରେଙ୍ଗାଳି ଜଳଭଣ୍ଡାର, କଣିହାଁର ଭୀମକୁଣ୍ଡ, ପୁରୁଣାଗଡ଼ର ଜଗନ୍ନାଥ ମନ୍ଦିର, ଆଠମଲ୍ଲିକର ଦେଉଳୀଝର, ପାତ୍ରପଡ଼ାର ମା’ ବାୟାଣୀ ପୀଠ, ଆଠମଲ୍ଲିକର ବିନିକେୟୀ, ବଅଁରପାଳର ଲୋଭୀ ଠାକୁରାଣୀ, କୋଶଳାର ମା’ ରାମଚଣ୍ଡୀ ପୀଠ ପରି ଅନେକ ପର୍ଯ୍ୟଟନସ୍ଥଳୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ଲାଗିଛି । ହେଲେ ସେଥିମଧ୍ୟରୁ ଅନୁଗୁଳ ଟାଉନ ନିକଟରେ ଥିବା ମା’ ବୁଢ଼ୀ ଠାକୁରାଣୀ, ବନଦୁର୍ଗା ମନ୍ଦିର ଓ ଶୈଳଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରର ମାହାତ୍ମ୍ୟ ଅନେକ କିଛି ରହିଛି । ସେହିପରି ‘ହାର୍ଟ ଅଫ୍ ଅନୁଗୁଳ’ କୁହାଯାଉଥିବା ଡେରାଜଙ୍ଗ ଡ୍ୟାମ ବୁଲିବାର ଅନୁଭୂତି ନିଆରା ।

ମା’ ବୁଢ଼ୀ ଠାକୁରାଣୀ ମନ୍ଦିର

ଅନୁଗୁଳ ଜିଲ୍ଲାରେ ଅଧିଷ୍ଠାତ୍ରୀ ଦେବୀ ଭାବେ ପୂଜା ପାଆନ୍ତି ମା’ ବୁଢ଼ୀ ଠାକୁରାଣୀ । ସହରଠୁ କିଛି ଦୂରରେ ଥିବା ସୁନାଶଗଡ଼ ପାହାଡ଼ର ପାର୍ଶ୍ବରେ ରହିଛି ମା’ ବୁଢ଼ୀଠାକୁରାଣୀଙ୍କ ଶକ୍ତିପୀଠ । ଅନୁଗୁଳର ପ୍ରତି ଘରେ ଘରେ ମା’ ଇଷ୍ଟଦେବୀ ଭାବେ ପୂଜା ପାଇଥାନ୍ତି । କାଇଁ କେଉ କାଳରୁ ମା’ ଏଠି ପୂଜା ପାଇ ଆସୁଥିବା ବେଳେ ଏହାର କିଛି ସଠିକ୍ ତଥ୍ୟ ନାହିଁ । ଲୋକକଥା ଅନୁଯାୟୀ ସୁନା ନାମକ ଜଣେ କନ୍ଧ ଶାସକ ଏହି ପାହାଡ଼ରେ ଶାସନ କରୁଥିଲେ । ତାଙ୍କରି ନାମ ଅନୁସାରେ ଏହି ପାହାଡ଼ ସୁନାଶଗଡ଼ ନାଁରେ ନାମିତ । ପରେ ଇଂରେଜ ସରକାରଙ୍କ ଶାସନ ସମୟରେ ମା’ଙ୍କ ମୂର୍ତ୍ତି ଗଭୀର ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା । ସେବେଠାରୁ ମା’ ବୁଢ଼ୀ ଠାକୁରାଣୀଙ୍କୁ ସ୍ଥାନୀୟ ଲୋକମାନେ ଆଦିବାସୀ ଦେବୀ ରୂପେ ପୂଜାର୍ଚ୍ଚନା କରିଆସୁଛନ୍ତି । ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ଏହି ଶକ୍ତିପୀଠକୁ ଆସି ଆରାଧନା କରନ୍ତି । ପ୍ରତ୍ୟକ୍ଷ ଠାକୁରାଣୀ ଭାବେ ପରିଚିତ ମା’ଙ୍କୁ ପୂଜା କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ବାସ ରହିଛି । ଆପଣ ଅନୁଗୁଳ ଟାଉନ ଆସୁଥିଲେ, ଥରେ ନିଶ୍ଚିତ ଭାବେ ମା’ ବୁଢ଼ୀ ଠାକୁରାଣୀଙ୍କୁ ଦର୍ଶନ କରନ୍ତୁ ।

ବନଦୁର୍ଗା ମନ୍ଦିର

ଅନୁଗୁଳ ସହରରୁ 20 କିଲୋମିଟର, ଆଉ ମହିଧରପୁର ଛକରୁ ମାତ୍ର 3 କିଲୋମିଟର ଦୂରରେ ରହିଛି ପାହାଡ଼ିଆ ଗାଁ, ଯାହାର ନା ଆମ୍ବିଠୀ । ଏଠାକାର ବଣଜଙ୍ଗଲ ପରିବେଶ ଭିତରେ ପୂଜା ପାଉଛନ୍ତି ମା’ ବନଦୁର୍ଗା । ପାହାଡ଼ର ପାଦଦେଶରୁ ପ୍ରାୟ 100 ଫୁଟ ଉଚ୍ଚରେ ରହିଛି ମା’ଙ୍କ ମନ୍ଦିର । ମନଲୋଭା ପ୍ରାକୃତିକ ସୌନ୍ଦର୍ଯ୍ୟ ଭିତରେ ଛୋଟ ଗୁମ୍ଫାରେ ବିଦ୍ୟମାନ ମା’ ବନଦୁର୍ଗାଙ୍କୁ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ବେଶ ଭିଡ଼ ଜମେ । ଶାରଦୀୟ ଦୁର୍ଗାପୂଜାରେ ସ୍ବତନ୍ତ୍ର ରୀତିନୀତିରେ ମା’ ବନଦୁର୍ଗାଙ୍କୁ ପୂଜାର୍ଚ୍ଚନା କରାଯାଏ । ଏହାସହ ଏହି ସମୟରେ ସ୍ଥାନୀୟ ଲୋକଙ୍କ ଦ୍ବାରା ଭଜନ କୀର୍ତ୍ତନ ହେବା ସହ ପ୍ରସାଦ ସେବନର ମଧ୍ୟ ବ୍ୟବସ୍ଥା କରାଯାଏ । ପାହାଡ଼ ଉପରେ ରହିଥିବା ଏହି ସ୍ଥାନକୁ ଆପଣ ବର୍ଷ ଯେକୌଣସି ସମୟରେ ବୁଲିବାକୁ ଯାଇପାରିବେ । ବିଶେଷ କରି ଶୀତଦିନେ ଏଠି ବଣଭୋଜି କରିବାକୁ କେବଳ ଜିଲ୍ଲା ନୁହେଁ ଜିଲ୍ଲା ବାହାରୁ ମଧ୍ୟ ପ୍ରକୃତିପ୍ରେମୀ ଆସିଥାନ୍ତି ।

ଜଗନ୍ନାଥ ମନ୍ଦିର, ଶୈଳଶ୍ରୀକ୍ଷେତ୍ର

ଅନୁଗୁଳ ବସଷ୍ଟାଣ୍ଡରୁ ମାତ୍ର ଦେଢ଼ କିମି ଦୂରରେ ରହିଛି ସୁନାଶଗଡ଼ ପର୍ବତ । ଏହି ପର୍ବତ ଉପରେ ଅବସ୍ଥିତ ଜଗନ୍ନାଥ ମନ୍ଦିର ‘ଶୈଳଶ୍ରୀକ୍ଷେତ୍ର’ ନାମରେ ଜଣାଶୁଣା । ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ 1996ରେ ଆରମ୍ଭ ହୋଇଥିବା ବେଳେ 2002 ମସିହା ଫେବୃଆରୀ ମାସରେ ଏହା ସର୍ବସାଧାରଣଙ୍କ ପାଇଁ ଖୋଲିଥିଲା । ବିଶ୍ବ ପ୍ରସିଦ୍ଧ ପୁରୀ ଜଗନ୍ନାଥ ମନ୍ଦିରକୁ ଯଦି ଦେଖିନାହାନ୍ତି, ତାହେଲେ ଏହି ମନ୍ଦିରକୁ ଯାଇ ଆପଣ ନିଜ ପ୍ରିୟ କଳାଠାକୁରକୁ ଦର୍ଶନ କରିପାରିବେ । କାରଣ ପୁରୀ ଜଗନ୍ନାଥ ମନ୍ଦିର ଶୈଳୀରେ ନିର୍ମିତ ଏହି ମନ୍ଦିର ଓଡ଼ିଶାର ଅନ୍ୟତମ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ଭାବେ ଖ୍ୟାତି ଅର୍ଜନ କରିଛି । ଏହାସହ ପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ମଧ୍ୟ ପୁରୀର ରୀତିନୀତି ଅନୁଯାୟୀ ଏଠାରେ ପୂଜାର୍ଚ୍ଚନା କରାଯାଏ ।

ଡେରଜାଙ୍ଗ ଡ୍ୟାମ

ଅନୁଗୁଳ ଜିଲ୍ଲାରେ ଥିବା ଅନେକ ଟୁରିଷ୍ଟ ପ୍ଲେସ ବୁଲିବା ସାରିବା ପରେ ଆପଣ ନିଶ୍ଚିତ ଥରେ ଯାଆନ୍ତୁ ଡେରଜାଙ୍ଗ ଡ୍ୟାମ । ଫୁରସତ ଟିକେ ମିଳିଯିବା ମାତ୍ରେ ମନକୁ ହାଲକା କରିବା ପାଇଁ ଅନୁଗୁଳ ଟାଉନବାସୀ ଧାଇଁ ଯାଆନ୍ତି ଏହି ସୁନ୍ଦର ସ୍ଥାନକୁ । କାରଣ ଟାଉନରୁ ବେଶି ଦୂର ନୁହଁ ମାତ୍ର 7 କିଲୋମିଟର ଦୂରରେ ରହିଛି ଏହି ଡ୍ୟାମ । ରାଜ୍ୟର ପ୍ରମୁଖ ପିକନିକ୍ ସ୍ପଟ୍ ଭାବେ ପ୍ରସିଦ୍ଧ ଲାଭ କରିଥିବା ଏହି ଡେରଜାଙ୍ଗ ଡ୍ୟାମର ସୌନ୍ଦର୍ଯ୍ୟକୁ ଆହୁରି ଦ୍ବିଗୁଣିତ କରିଥାଏ ମନସୁନ୍ ସିଜନ । ଲିଙ୍ଗର ଓ ମାତେଳିଆ ନଦୀର ନୀଳ ଜଳରାଶି ଉପରେ 1875 ମିଟର ଲମ୍ବର ନିର୍ମିତ ଏହି ଡ୍ୟାମ ପାରିପ୍ବାର୍ଶ୍ବକରେ ଥିବା ସବୁଜ ପାହାଡ଼ ଓ ଜଙ୍ଗଲର ଶାନ୍ତ ପରିବେଶ ସମସ୍ତ ପର୍ଯ୍ୟଟକଙ୍କୁ ବାନ୍ଧି ରଖିଥାଏ ।
କେବେ ଫୁରସତରେ ଅନୁଗୁଳର ଏହି ସୁନ୍ଦର ସୁନ୍ଦର ପର୍ଯ୍ୟଟନସ୍ଥଳୀକୁ ବୁଲି ଆସନ୍ତୁ, ଯେଉଁଠି ଆପଣ ଅନେକ ନିଆରା ଅନୁଭୂତି ସାଉଁଟି ପାରିବେ, ସେଥିରେ ତିଳେ ମାତ୍ରେ ସନ୍ଦେହ ନାହିଁ ।

Spread the love