PrimeMinister bought kandhamal coffee and pampad on Adi festival

ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମରେ ଆୟୋଜିତ ହେଉଛି ଚଳିତ ବର୍ଷର ଆଦି ମହୋତ୍ସବ ସମାରୋହ। ଏଥିରେ ଓଡ଼ିଶାର କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡ଼ି କୃଷକ ଉତ୍ପାଦକ କମ୍ପାନୀ ଲିଃ ଏବଂ ନବରଙ୍ଗପୁର ଜିଲ୍ଲାର ଭଣ୍ଡାର ଘରଣୀ କୃଷକ ଉତ୍ପାଦକ କମ୍ପାନୀ ଲିମିଟେଡ ଅଂଶଗ୍ରହଣ କରିଛନ୍ତି। ଏହି ମହୋତ୍ସବ ଗତ ୧୬ ତାରିଖ ଠାରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି କାର୍ଯ୍ୟକ୍ରମ ଆଦିବାସୀ ଲୋକମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆଣି ଦେଇଛି । କନ୍ଧମାଳ ଓ ନବରଙ୍ଗପୁର ଜିଲ୍ଲାରେ ଉତ୍ପାଦିତ ହଳଦୀ, କଫି, ମାଣ୍ଡିଆ, ବାଜରା ଜାତୀୟ ଫସଲ ଏବଂ ଅନ୍ୟାନ୍ୟ ପ୍ରାକୃତିକ ଜୈବିକ ଉତ୍ପାଦ ଏହି ଦୁଇ ସଂଗଠନ ପକ୍ଷରୁ ବିକ୍ରି କରାଯାଉଛି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଦି ମହୋତ୍ସବ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସେ ବିଭିନ୍ନ ଷ୍ଟଲ ବୁଲି ଦେଖିବା ସହିତ ଅଂଶଗ୍ରହଣକାରୀଙ୍କ ସହିତ ମତବିନିମୟ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ପ୍ରେରଣା ସେମାନଙ୍କୁ ଅନୁପ୍ରାଣିତ କରିଛି। ଆଗକୁ ସେମାନେ ଅଧିକ ଜୈବିକ କୃଷି ଉତ୍ପାଦ ଉତ୍ପାଦନ କରିବା ଲାଗି ପ୍ରସ୍ତୁତ ରହିଛନ୍ତି । ଆଦି ମହୋତ୍ସବ କାର୍ଯ୍ୟକ୍ରମରେ ସେମାନଙ୍କର ଅଂଶଗ୍ରହଣ ଭବିଷ୍ୟତରେ ଅଧିକ ବିକ୍ରି ଅର୍ଡର ପାଇବା ପାଇଁ ମାର୍ଗ ପ୍ରଶସ୍ତ କରିବ ବୋଲି ସେମାନେ କହିଛନ୍ତି। ଆଦି ମହୋତ୍ସବରେ ଅଂଶଗ୍ରହଣ କରିଥିବା ଦାରିଙ୍ଗିବାଡ଼ି କୃଷକ ଉତ୍ପାଦକ କମ୍ପାନୀ ଲିଃର ବିକ୍ରେତା ତାପସ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ କିଛି ଦିନ ପୂର୍ବରୁ ଆମ ଷ୍ଟଲକୁ ଆସିଥିଲେ। ସେ ଆମ ଠାରୁ କଫି ଓ ପାମ୍ପଡ଼ କିଣିଥିଲେ। ଆମ କଫିକୁ ପସନ୍ଦ କରିବା ସହିତ ସେ ନିଜର ମତାମତ ଦେଇଥିଲେ। ଆମେ ଏହି ଷ୍ଟଲରେ ଜିଆଇ ଟ୍ୟାଗ୍‌ ବିଶିଷ୍ଟ ହଳଦୀ, ମାଣ୍ଡିଆ, ବାଜରା ଆଦି ବିକ୍ରି କରୁଛୁ। ଏଠି ଭଲ ବ୍ୟବସାୟ ହେଉଛି । ସୁଗନ୍ଧ ଓ ହଳଦିଆ ଗୁଣ ପାଇଁ କନ୍ଧମାଳ ହଳଦୀର ବିଶ୍ବବ୍ୟାପୀ ଚାହିଦା ରହିଛି।

Spread the love