Deities were welcomed to the Adapa Mandap, and Adapa Abhada will be available from today.

ଆଡ଼ପ ମଣ୍ଡପରେ ଶ୍ରୀଜିଉ। ଜନ୍ମବେଦୀରେ ଚାଲିଛି ଲୀଳାଖେଳା । ସକାଳୁ ଆଡ଼ପ ମଣ୍ଡପରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ବୁଧବାରଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଦର୍ଶନ ଦେବାପରେ ଗୁରୁବାର ସନ୍ଧ୍ୟାରେ ରଥାରୁଢ଼ ଚତୁର୍ଦ୍ଧା ବିଗ୍ରହ ଗୋଟି ପହଣ୍ଡିରେ ଜନ୍ମବେଦିରେ ବିରାଜମାନ ହୋଇଛନ୍ତି। ପହଣ୍ଡି ବେଳେ ଘଣ୍ଟଘଣ୍ଟା ସାଙ୍ଗକୁ ଭକ୍ତଙ୍କ ହରିବୋଲ, ଜୟ ଜଗନ୍ନାଥ ଡାକରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହୋଇଥିଲା। ଆଜି ବନକଲାଗି ନୀତି ପାଇଁ ସଂଧ୍ୟାରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏହାସହିତ ଆଜି ଠାରୁ ଭକ୍ତମାନେ ଆଡ଼ପ ଦର୍ଶନ ସହ ଆଡ଼ପ ଅବଢ଼ା ପାଇବାର ସୌଭାଗ୍ୟ ପାଇବେ। ରଥ ବିଳମ୍ବରେ ପହଞ୍ଚିବାରୁ ଚଳିତ ଥର ୫ ଦିନ ଆଡ଼ପ ଅବଢ଼ା ମିଳିବ। ବିଶ୍ୱାସ ରହିଛି, ଥରେ ଆଡ଼ପ ମଣ୍ଡପ ଦର୍ଶନ, ଦଶବର୍ଷର ଶ୍ରୀମନ୍ଦିର ଦର୍ଶନ ସହ ସମାନ। ଏଥିପାଇଁ ଲକ୍ଷ ଲକ୍ଷ ଭକ୍ତ ଆଡ଼ପ ଦର୍ଶନ ପାଇଁ କାହିଁ କେତେଦୂରରୁ ଦୌଡ଼ି ଆସନ୍ତି । ଆସନ୍ତାକାଲିଠାରୁ ଆଡ଼ପ ଦର୍ଶନ ପାଇଁ ଭିଡ଼ ଲାଗିବାର ସମ୍ଭାବନା ଥିବାରୁ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି।

Spread the love