Today Odisha celebrates the 175th birth anniversary of Utkala Gouraba Madhusudan Das.

ଆଜି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ପୁରୋଧା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୫ତମ ଜୟନ୍ତୀ । ଆଧୁନିକ ଓଡ଼ିଶାର ପ୍ରାଣ ପ୍ରତିଷ୍ଠାତା, ଓଡ଼ିଆ ଜାତିର କୁଳବୁଦ୍ଧ ମଧୁ ବାବୁ ଥିଲେ ଆମ ରାଜ୍ୟର ପ୍ରଥମ ଓକିଲ । ତେଣୁ ସେ ମଧୁ ବାରିଷ୍ଟର ଭାବରେ ପରିଚିତ । ଆଜି ମଧୁବାବୁଙ୍କ ଜନ୍ମଉତ୍ସବ ପାଇଁ ଚଳଚଞ୍ଚଳ ମଧୁବାବୁଙ୍କ ଜନ୍ମପୀଠ ସତ୍ୟଭାମାପୁର। ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ନିଜର ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମଧୁବାବୁଙ୍କ ପୀଠକୁ ପର୍ଯ୍ୟଟନ କ୍ଷେତ୍ରଭାବେ ଘୋଷଣା କରି ସାରିଛନ୍ତି ରାଜ୍ୟ ସରକାର। ସେହିପରି ମଧୁବାବୁଙ୍କ ପୀଠରେ ନିର୍ମିତ ହୋଇଛି ଏକ ସଂଗ୍ରହାଳୟ। ଏହି ସଂଗ୍ରହାଳୟରେ ସ୍ଥାନ ପାଇଛି ମଧୁବାବୁଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସହ ମଧୁବାବୁଙ୍କ ତୈଳଚିତ୍ର ।

ଆଜି ସନ୍ଧ୍ୟାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧୁବାବୁଙ୍କ ଜନ୍ମପୀଠ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି । ସେ ସନ୍ଧ୍ୟା ୬ଟାରେ ସତ୍ୟଭାମାପୁରରେ ମଧୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ । ଏହା ସହିତ ସାଲେପୁରରେ ଆୟୋଜିତ ମଧୁ ଜୟନ୍ତୀ ଓ ସାଲେପୁର ମହୋତ୍ସବରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Spread the love