Today, Pahili Raja is being celebrated with great enthusiasm in the entire state.

’ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ’ । ଆଜି ପହିଲି ରଜ। ଗତକାଲିର ରଜ ସଜବାଜ ପରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପହିଲି ରଜ ପର୍ବ ବେଶ ଧୂମଧାମରେ ପାଳନ କରାଯାଉଛି । ଉପକୂଳ ଓଡ଼ିଶାରେ ଆଜି ରଜ ପାଗ ହୋଇଥିବାରୁ ଏହା ମାହୋଲକୁ ଅଧିକ ସରସ ହୋଇଛି । ରାଜଧାନୀ ଭୁବନେଶ୍ବରର ପାତ୍ରପଡ଼ା, ଓଟିଡିସି ଓ ପାନ୍ଥନିବାସ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ରଜ ମହୋତ୍ସବ ପାଳିତ ହେଉଛି। ନୂଆ ପୋଷାକ ପିନ୍ଧି ରଜ ଦୋଳି ସାଙ୍ଗକୁ ପିଠାପଣାର ମଜା ନେଉଛନ୍ତି ସବୁ ବର୍ଗର ଲୋକ। ପିଲାଠୁ ବୁଢା ଯାଏ ସମସ୍ତେ ଖେଳୁଛନ୍ତି ଦୋଳି । କେତେକ ସ୍ଥାନରେ ରଜ ଲାଗି ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେଉଛି। ଆଜି ବୁଧବାର ହୋଇଥିବା ହେତୁ ପହିଲି ରଜରେ ଆମିଷ ଦୋକାନରେ ବେଶ୍ ଭିଡ଼ ମଧ୍ୟ ପରିଲକ୍ଷିତ ହେଉଛି। ଏହାସହିତ କେତେକ ଲୋକ ରଜର ପୋଡ଼ପିଠା ଦୋକାନରୁ କିଣୁଥିବାର ଦୃଶ୍ୟ ବି ବେଶ ମଜାଦାର।

Spread the love