ଆଜି ହେଉଛି ସଧବା ନାରୀଙ୍କ ପର୍ବ ସାବିତ୍ରୀ ଓଷା। ଜ୍ୟେଷ୍ଠ ଅମାବାସ୍ୟା ‘ସାବିତ୍ରୀ ଅମାବାସ୍ୟା’ ଭାବରେ ଖ୍ୟାତ ଏବଂ ପ୍ରତି ଓଡ଼ିଆ ଘରେ ଏହା ସଧବା ସ୍ତ୍ରୀମାନଙ୍କର ଏକ ପବିତ୍ର ବ୍ରତ ରୂପେ ପାଳିତ ହୁଏ। ଆଜି ସଧବା ନାରୀ ମାନେ ସ୍ୱାମୀଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନା କରି ବ୍ରତ ପାଳିବା ସହ ମହାସତୀ ସାବିତ୍ରୀଙ୍କ ପତିଭକ୍ତିକୁ ମନେ ପକାଇ ପୂଜାର୍ଚ୍ଚନା କରୁଛନ୍ତି। ସକାଳ ହେଉ ହେଉ ମଥାରେ ସିନ୍ଦୂର, ହାତରେ ନୂଆ ଚୁଡ଼ି, ରଙ୍ଗ ବେରଙ୍ଗ ଶାଢିରେ ସଜେଇ ହୋଇ କେହି କେହି ସଧବା ନାରୀ ମନ୍ଦିରରେ ପହଞ୍ଚିଛନ୍ତି ତ ଆଉ କେହି ଘରେ ପୂଜା କରୁଥିବା ପରିଲକ୍ଷିତ ହେଉଛି। ପୂଜା ସାରି ନାରୀ ମାନେ ଧୂଆମୁଗ, ନଡ଼ିଆ, କଦଳୀ, ଆମ୍ବ, ପଣସ, ସପୁରୀ, ତାଳସଜ ଆଦି ଫଳାହାର କରନ୍ତି । ଘରେ ଚଉଁରା ମୂଳେ ବା ଠାକୁର ଘରେ ବ୍ରତୋତ୍ସବ ପାଳନ ବେଳେ ସାବିତ୍ରୀ ଉପାଖ୍ୟାନ ମଧ୍ୟ ପାଠ କରାଯାଇଥାଏ । ଆଜି ମହାସତୀ ସାବିତ୍ରୀ ପତି ସତ୍ୟବାନଙ୍କୁ ଯମଙ୍କ ନିକଟରୁ ଫେରାଇ ଆଣିବାରେ ସକ୍ଷମ ହୋଇଥିଲେ ବୋଲି ପୁରାଣରେ ବର୍ଣ୍ଣିତ ହୋଇଛି। ବ୍ରତକଥାର ବାର୍ତ୍ତା ଅନୁଯାୟୀ ଜ୍ୟେଷ୍ଠ ଅମାବାସ୍ୟା ଦିନ ଯିଏ ସାବିତ୍ରୀଙ୍କ ନାମ ସ୍ମରଣ କରି ବ୍ରତ କରିବ, ସେ ଜନ୍ମେ ଜନ୍ମେ ସଧବା ରହିବ। ସେଥିପାଇଁ ସାବିତ୍ରୀ ପ୍ରତି ସଧବା ନାରୀଙ୍କର ଆଦର୍ଶ ।

Spread the love