ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ଶୟନ ଯାଇଥିବା ମହାପ୍ରଭୁ ଆଜି ଭାଦ୍ରବ ଶୁକ୍କ ଏକାଦଶୀ ତିଥିରେ ପାର୍ଶ୍ବ ପରିବର୍ତ୍ତନ କରିଛନ୍ତି। ଦୁଇ ମାସ ଧରି ଦକ୍ଷିଣମୁହାଁ ହୋଇ ଶୋଇ ରହିଥିବା ମହାପ୍ରଭୁ ଆଜି କଡ଼ ଲେଉଟାଇ ଉତ୍ତରମୁହାଁ ହୋଇ ଶୋଇଛନ୍ତି। ଶ୍ରୀମନ୍ଦିରରେ ପବିତ୍ର‌ା(ପଇତା) ଅଧିବାସ ନୀତି ବି ଆଜି ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ଆଜି ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥିରେ ମହାପ୍ରଭୁ ନିଦ୍ରାରୁ ଉଠିବେ। ସେପଟେ ଆସନ୍ତାକାଲି ଶ୍ରୀମନ୍ଦିର ସୁନିଆଁ ସହ ବାମନ ଜନ୍ମ ନୀତି ପାଳନ ହେବ।

Spread the love