Today 2nd Monday of Kartika Month and Garbhana Sankarati

ଆଜି ହେଉଛି ମହାକାର୍ତ୍ତିକ ମାସର ଦ୍ଵିତୀୟ ସୋମବାର । ଏହି ଦିନ ଦେବ ଦେବ ମହାଦେବଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିବା ସହିତ ମାନସିକ ଶାନ୍ତି ମିଳିଥାଏ ବୋଲି ଧାର୍ମିକ ବିଶ୍ୱାସ ରହିଛି । ଦିତୀୟ ସୋମବାରରେ ଗର୍ଭଣା ସଂକ୍ରାନ୍ତି ପଡୁଥିବାରୁ ରାଜ୍ୟର ବିଭିନ୍ନ ଶୈବପୀଠରେ ମହାଦେବଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଲାଗିଛି । ସେପଟେ ତୁଳା ସଂକ୍ରାନ୍ତି “ଗର୍ଭଣା’ ସଂକ୍ରାନ୍ତି ନାମରେ ମଧ୍ୟ ପରିଚିତ । ଓଡ଼ିଶାର ଏକାନ୍ତ ଆପଣାର ପର୍ବ ହେଉଛି ଏହି ଗର୍ଭଣା ସଂକ୍ରାନ୍ତି । ଗର୍ଭ କହିଲେ ଭୃଣକୁ ବୁଝାଯାଏ । ଏହି ସମୟରେ ଧାନଗଛର ଗର୍ଭ ତଥା ଭୃଣରେ ଧାନ କେଣ୍ଡା ବାହାରେ । ଚାଷୀମାନେ ଏହି ଦିନ ମା’ ଲକ୍ଷ୍ମୀଙ୍କୁ ଅର୍ପଣ କରି ଗର୍ଭଣା ଗଛର ଡାଳକୁ ପୂଜା କରି କ୍ଷେତରେ ପୋତିଥାନ୍ତି ଏବଂ ଭଲ ଫସଲର ଆଶା ରଖିଥାନ୍ତି ।

Spread the love