Today is auspicious Ram Navami.

ଆଜି ପବିତ୍ର ଶ୍ରୀରାମ ନବମୀ। ଏହି ଦିନ ରାମଚନ୍ଦ୍ର ଧରାପୃଷ୍ଠରେ ଜନ୍ମଗ୍ରହଣ କରିଥିଲେ। ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ପୁଣ୍ୟ ଜନ୍ମୋତ୍ସବ ପାଇଁ ଉତ୍ସବମୁଖର ହୋଇଉଠିଛି ସାରା ଦେଶ । ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଏହା ମହା ମିଳନର ଦିନ । ମନ୍ଦିରରେ ଶ୍ରୀରାମଙ୍କ ପୂଜାପାଠ ସହ ହେଉଛି ହୋମ ଯଜ୍ଞ ।

ପୂର୍ବରୁ କରୋନା ମହାମାରୀ ପାଇଁ କିଛି ଦିନ ଆଡମ୍ବରରେ ପର୍ବପର୍ବାଣି ପାଳିବା ସମ୍ଭବ ନଥିଲା। ତେବେ ଏବର୍ଷ ପୁଣି ସବୁ ସ୍ଥାନରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ଚାରିଆଡେ ଭକ୍ତିମୟ ପରିବେଶରେ ଭାବବିହ୍ବଳ ଭକ୍ତ । ପୁର ପଲ୍ଲୀ ସବୁଆଡେ ଉତ୍ସବର ମାହୋଲ । ଅନ୍ୟପଟେ, ପବିତ୍ର ଶ୍ରୀରାମ ନବମୀ ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳାରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ ପ୍ରଦର୍ଶନ କରିଛନ୍ତି।

Spread the love