haladi patra

ଓଡ଼ିଆ ଘରେ ବାର ମାସରେ ତେର ପର୍ବ। ସବୁ ପର୍ବରେ ଘର ପିଠାପଣାରେ ମହକି ଉଠେ। ଓଡ଼ିଆଣୀ ଘରେ ବିଭିନ୍ନ ପ୍ରକାରର ପିଠା ମଧ୍ୟରୁ ଏଣ୍ଡୁରୀ ପିଠା ନିଆରା। ପ୍ରଥମାଷ୍ଟମୀରେ ଏଣ୍ଡୁରି ପିଠା ଘରେ ଘରେ ହୋଇଥାଏ। ଏଣୁ ପ୍ରଥମାଷ୍ଟମୀ ଅସିଲେ ଓଡ଼ିଆ ଘରମାନଙ୍କରେ ହଳଦୀପତ୍ର ଖୋଜା ପଡ଼େ। ତେବେ ଏହି ପତ୍ର ଏକଦା ସମସ୍ତଙ୍କ ବାଡ଼ିବଗିଚାରେ ହେଉଥିଲା। ଏଣୁ ଏହାର ଆବଶ୍ୟକତା ଘରେ ବା ଗ୍ରାମରେ ପୂରଣ ହୋଇଥାଏ। ତେବେ ଆଜିକାଲି ହଳଦୀ ପତ୍ରର ଚାହିଦା ମୁତାବକ ମିଳୁ ନ ଥିବାରୁ ହାଟବଜାରରେ ବିକ୍ରି ହେଉଛି। ହଳଦୀପତ୍ର କିଣାବିକା ଏବେ ବ୍ୟବସାୟରେ ପରିଣତ ହୋଇଗଲାଣି। କେନ୍ଦୁଝର ଜିଲାରୁ ବେପାରୀମାନେ ବାହାର ଜିଲାକୁ ହଳଦୀପତ୍ର ନେଇ ବିକି ବେଶ ଲାଭବାନ ହେଉଛନ୍ତି। ଏଣୁ ଏହାର ଦାମ ବୃଦ୍ଧି ପାଇବା ସହ ଅନେକ ସମୟରେ ଚଢ଼ା ଦାମରେ ବିକ୍ରି ହେଉଛି।

ଅରୁଆ ଚାଉଳ ଓ ବିରି ମିଶାଇ ପିଠଉ କରି ସେଥିରେ ନଡିଆ କୋରା ପୁର ଦେଇ ଏହି ପିଠା ପ୍ରସ୍ତୁତ କରାଯାଏ ା ଏହି ଦିନରେ ହଳଦୀପତ୍ର ପିଠା ସହିତ ଚକୁଳି, ମଣ୍ଡା ଆଦି ପିଠା ଓ ଖିରି ଆଦି ଓଡ଼ିଆ ଘରେ ଘରେ ଖାଇଥାନ୍ତି ା ହଳଦୀପତ୍ର ସୁମଧୁର ବାସ୍ନା ପିଠାର ସ୍ବାଦକୁ ଦ୍ୱିଗୁଣିତ କରିଥାଏ। ପ୍ରଥମାଷ୍ଟମୀ ଦିନ ଏହି ହଳଦୀପତ୍ର ପିଠାର ଶୁଭାରମ୍ଭ ହୋଇଥାଏ। ପଢୁଆଁ ଘରର ବଡ ପୁଅ/ଝିଅ ନୂଆ ବସ୍ତ୍ର ପିନ୍ଧି ପୂଜାପାଠ କରି ଏହି ପିଠା ଖାଇଥାନ୍ତି। ଚାଷୀ ତଥା ବନବାସୀମାନେ ଏହି ଦିନରେ ହଳଦୀପତ୍ର କାଟି ଆଣି ହାଟବଜାରରେ ବିକ୍ରି କରନ୍ତି। ତେବେ ଏହି ହଳଦୀପତ୍ରର ଚାହିଦାକୁ ଦେଖି ଚାଷୀମାନେ ବେଶ୍‌ ସକ୍ରିୟ ହୋଇଉଠନ୍ତି ା ତେବେ କିଛି ବର୍ଷ ହେଲା ଏହି ହଳଦୀପତ୍ର ବେପାରୀମାନଙ୍କ କବ୍‌ଜାକୁ ଚାଲିଯାଉଥିବାରୁ ସାଧାରଣ ଲୋକେ ବହୁ ଅସୁବିଧା ଭୋଗୁଛନ୍ତି। ବେପାରୀମାନେ ଚାଷୀ ବା ବନବାସୀଙ୍କଠାରୁ ହଳଦୀପତ୍ର ବହୁତ କମ୍‌ ଦାମରେ କିଣି ଗଛିତ ରଖି କୃତ୍ରିମ ଅଭାବ ସୃଷ୍ଟି କରିଥାନ୍ତି ା ପରେ ହଳଦୀପତ୍ର ବିଡ଼ା ୧୦ ଟଙ୍କାରୁ ୨୦ ଟଙ୍କାରେ କିଣି ବିଡ଼ାକୁ ଖୋଲି ଛୋଟ ଛୋଟ ବିଡ଼ା କରି ବେପାରୀମାନେ ୩ରୁ ୪ ଗୁଣା ଦରରେ ବିକି ବେଶ ମୁନାଫା କମାଇଥାନ୍ତି ବୋଲି ସ୍ଥାନୀୟ ଚାଷୀ କହିଛନ୍ତି। ଏଥିରେ ଚାଷୀ କିମ୍ବା ବନବାସୀ ବହୁ କଷ୍ଟରେ ବଜାରକୁ ବୋହି ଆଣି ସେତେ ଲାଭ ପାଆନ୍ତି ନାହିଁ ା ଏଣୁ ଏହି ଚାଷକୁ ପ୍ରୋତ୍ସାହିତ କରାଗଲେ ବିଶେଷ କରି ବନବାସୀମାନେ ଉପକୃତ ହୋଇପାରିବେ।

Spread the love