Holy trinity in Puri will be decked up in Makarachaurashi besha today on the occasion of Makar Sankranti

ଆଜି ପବିତ୍ର ମକର ସଂକ୍ରାନ୍ତି । ଆଜିର ଦିନରେ ସୂର୍ଯ୍ୟଙ୍କ ଉତ୍ତରାୟଣଗତି ଆରମ୍ଭ ହୁଏ । ତେଣୁ କେତେକ ସ୍ଥାନରେ ଏହି ପର୍ବକୁ ଉତ୍ତରାୟଣୀ ନାମରେ ମଧ୍ୟ ଜଣାଯାଏ । ଆଜିର ଦିନରେ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ ଚଳନ କରନ୍ତି । ଆଜି ଠାରୁ ଦିନ ବଡ଼ ହେବା ଆରମ୍ଭ ହୁଏ । ଏହାର ପ୍ରଭାବ ବହୁତ ଥିବାରୁ ଶ୍ରଦ୍ଧାଳୁ ମାନେ ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ କରିଥାନ୍ତି ଏବଂ ସୂର୍ଯ୍ୟଙ୍କ ପ୍ରଥମ ପୂଜାର୍ଚ୍ଚନା ମଧ୍ୟ କରିଥାନ୍ତି । ଆଜି ଦିନରେ ଘରେ ଘରେ ଇଷ୍ଟଦେବୀଙ୍କ ଠାରେ ମକର ଚାଉଳ ଭୋଗ ଭାବେ ଲାଗି ହୋଇଥାଏ । ନୂତନ ବସ୍ତ୍ର ପିନ୍ଧିବା ସହ ଘରେ ପ୍ରସ୍ତୁତ ଭଳିକି ଭଳି ପିଠା ସହ ମିଠା ଖାଇବାର ପରମ୍ପରା ରହିଛି । ଆଜିର ଦିନରେ ଗୁଡ଼ି ଉଡାଇବାର ମଧ୍ୟ ପରମ୍ପରା ରହିଛି । ପବିତ୍ର ମକର ସଂକ୍ରାନ୍ତି ଅବସରରେ ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଅଛି ସ୍ୱତନ୍ତ୍ର ନୀତିକାନ୍ତି । ମକର ସଂକ୍ରାନ୍ତିରେ ମକରଚୌରାଶୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଶ୍ରୀଜିଉ । ମହାପ୍ରଭୁଙ୍କ ସର୍ବାଙ୍ଗ ନୀତି କରାଯାଇ ନୂଆ ଲୁଗା, ଚୂଳ ମାଳ ଲାଗି କରାଯାଇ ଛଅମୂର୍ତ୍ତି ଅଳଙ୍କାରରେ ଭୂଷିତ ହେବେ ଶ୍ରୀଜିଉ । ମଧ୍ୟାହ୍ନ ଧୂପ ପରେ ନଡିଆ, ଘିଅ, ମିଠା, ଦୁଧ, ସର, ଖୁଆ ଓ ଚାଉଳର ମିଶ୍ରଣରେ ପ୍ରସ୍ତୁତ ମକର ଭୋଗ ଶ୍ରୀଜିଉଙ୍କ ପାଖରେ ଲାଗି ହେବ । ଏ ଅବସରରେ ବିଭିନ୍ନ ମଠ ମନ୍ଦିର ଏବଂ ଶ୍ରୀକ୍ଷେତ୍ରର ଘରେ ଘରେ ମକର ଚାଉଳ ପ୍ରସ୍ତୁତ କରାଯାଇ ଭୋଗ ରୂପେ ଅର୍ପଣ କରିବାର ପରମ୍ପରା ରହିଛି ।

Spread the love