Today is Teacher's Day, celebrating those who guide us on the path of wisdom and success.

ଆଜି ହେଉଛି ପବିତ୍ର ଗୁରୁ ଦିବସ ଏବଂ ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଓ ପ୍ରଥମ ଉପ-ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ୍‌ଙ୍କ ଜନ୍ମ ଦିନ । ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ୍‌ଙ୍କ ସମ୍ମାନାର୍ଥେ ତାଙ୍କ ଜନ୍ମ ଦିବସକୁ ସାରା ଭାରତ ବର୍ଷରେ ‘ଗୁରୁ ଦିବସ’ ରୂପେ ପାଳନ କରାଯାଇଥାଏ। ଆମ ଜୀବନରେ ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରି ଆମକୁ ଜ୍ଞାନ ରୂପକ ଆଲୋକ ସହ ପରିଚିତ କରାଇଥାନ୍ତି ଗୁରୁ । ଶିକ୍ଷା ଦିକ୍ଷା ପ୍ରତିଟି କ୍ଷେତ୍ରରେ ଗୁରୁଙ୍କର ମାର୍ଗଦର୍ଶନ ଆମକୁ ସଫଳ କରାଇଥାଏ। ଡକ୍ଟର ରାଧାକୃଷ୍ଣନ୍‌ ଏକାଧାରରେ ଜଣେ ଶିକ୍ଷକ, ଦାର୍ଶନିକ ଓ ରାଜନୀତିଜ୍ଞ ଥିଲେ । ଜଣେ ଉଚ୍ଚକୋଟିର ଶିକ୍ଷକ ଭାବରେ ତାଙ୍କର ଅଶେଷ ଖ୍ଯାତି ଥିଲା। ୧୮୮୮ ସେପ୍ଟେମ୍ବର ୫ ତାରିଖରେ ତାମିଲନାଡୁର ତିରୁଟ୍ଟନୀଠାରେ ସେ ଜନ୍ମଗ୍ରହଣ କରିଥିଲେ। ରାଧାକୃଷ୍ଣନ୍‌ଙ୍କ ଶୈଶବ ତିରୁଟ୍ଟନୀ ଓ ତିରୁପତିରେ କଟିଥିଲା ଏବଂ ତାଙ୍କର ପାଠପଢା ଆରମ୍ଭ ହୋଇଥିଲା ଖ୍ରୀଷ୍ଟିଆନ୍ ମିସନାରି ସ୍କୁଲରେ । ଉଚ୍ଚ ଶିକ୍ଷା ପରେ, ୧୯୦୯ରେ ରାଧାକୃଷ୍ଣନ୍‌ ମାଡ୍ରାସ ପ୍ରେସିଡେନ୍ସି ମହାବିଦ୍ୟାଳୟରେ ଦର୍ଶନ ବିଭାଗର ଅଧ୍ୟାପକ ଭାବେ ନିଯୁକ୍ତି ପାଇ ଶିକ୍ଷାଦାନ ଆରମ୍ଭ କରିଥିଲେ । ଏହାପର ଠାରୁ ସେ ମୁଖ୍ୟତଃ ଭାରତୀୟ ଦର୍ଶନ ଶାସ୍ତ୍ର ଏବଂ ଧର୍ମଶାସ୍ତ୍ର ଅଧ୍ୟୟନରେ ନିଜକୁ ନିୟୋଜିତ ରଖିଥିଲେ । ୧୯୧୮ରେ ରାଧାକୃଷ୍ଣନ୍‌ ମହିଶୂର ବିଶ୍ୱବିଦ୍ୟାଳୟରେ ଦର୍ଶନ ବିଭାଗର ପ୍ରଫେସର ଭାବେ ନିଯୁକ୍ତ ହୋଇ ଶିକ୍ଷାଦାନ ଆରମ୍ଭ କରିଥିଲେ । ଏହା ପରେ ସେ କଲିକତା ବିଶ୍ୱବିଦ୍ୟାଳୟ, ଲଣ୍ଡନର ହାର୍ଭାଡ୍ ବିଶ୍ୱବିଦ୍ୟାଳୟ, ମାଞ୍ଚେଷ୍ଟର ବିଶ୍ୱବିଦ୍ୟାଳୟ ଓ ଶେଷରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ କରିଥିଲେ। ସେ ପାଶ୍ଚାତ୍ୟ ସମାଲୋଚନା ବିରୋଧରେ ସ୍ବର ଉତ୍ତୋଳନ କରି ହିନ୍ଦୁ ଧର୍ମର ଦୃଢ଼ ପ୍ରତିରକ୍ଷା ମଧ୍ୟ କରିଥିଲେ। ଭାରତ ଓ ପାଶ୍ଚାତ୍ୟ ଜଗତ ମଧ୍ୟରେ ସେତୁ ନିର୍ମାଣକାରୀ ଭାବେ ରାଧାକୃଷ୍ଣନ୍‌ଙ୍କୁ ଗ୍ରହଣ କରାଯାଏ।

Spread the love