The annual fair of Goddess Maa' Hingula has started today.

ଆଜି ଠାରୁ ଆରମ୍ଭ ହୋଇଯାଇଛି ତାଳଚେରର ଅଧିଷ୍ଠାତ୍ରି ଦେବୀ ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା । ଏଥିପାଇଁ ବେଶ ଚଳଚଞ୍ଚଳ ମା’ଙ୍କ ପୀଠ। ମା’ ଙ୍କୁ ଧୂପ, ଘିଅ, ଝୋଟ, ଉଖୁଡା, କଦଳୀ, ନଡ଼ିଆ, ଗୁଡ଼ ଆଦି ଦେଇ ପୂଜା କରାଯାଉଛି । ମା’ ଙ୍କୁ ଦର୍ଶନ କରିବାପାଇଁ ଦୂରଦୂରାନ୍ତରୁ ବହୁ ଶ୍ରଦ୍ଧାଳୁ ଆସି ପହଂଚିଛନ୍ତି। ଦୀର୍ଘ ୯ ଦିନ ଧରି ଅଗ୍ନି ରୂପରେ ଦର୍ଶନ ଦେବେ ମା’ ହିଙ୍ଗୁଳା । ମା’ ଙ୍କର ଏହି ଅଗ୍ନିରୂପକୁ ଦର୍ଶନ କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହେବା ସହ ପରିବାରର ମଙ୍ଗଳ ହୋଇଥାଏ ବୋଲି ବିଶ୍ୱାସ ରହିଛି।

ଭିଡକୁ ଦୃଷ୍ଟିରେ ରଖି ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ମା’ ହିଙ୍ଗୁଳାଙ୍କ ପୀଠରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ ମାଗଣାରେ ଭୋଜନ ଏବଂ ପିଇବା ପାଣିର ବ୍ୟବସ୍ଥା କରାଯାଇଛି। ସେହିପରି ଖରା ଓ ଅଂଶୁଘାତକୁ ଦୃଷ୍ଟିରେ ରଖି ମେଡିକାଲ୍‌ ଟିମ୍‌ ବ୍ୟବସ୍ଥା ମଧ୍ୟ କରାଯାଇଛି। ମା’ ହିଙ୍ଗୁଳାଙ୍କ ଏହି ବାର୍ଷିକ ଯାତ୍ରା ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ।

Spread the love