Today is International Yoga Day.

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ସାରା ବିଶ୍ବର କୋଣ ଅନୁକୋଣରେ ହେଉଛି ଯୋଗାଭ୍ୟାସ । ଯୋଗ ଦ୍ବାରା ମନ ଶାନ୍ତ ଓ ଶରୀର ସୁସ୍ଥ ରହିଥାଏ । ଏହା ମାନସିକ ଓ ଆଧ୍ୟାତ୍ମିକ ଅଭିବୃଦ୍ଧିରେ ମଧ୍ୟ ସହାୟକ ହୋଇଥାଏ। ଏହାର ଉପାଦେୟତାକୁ ବୁଝି ପ୍ରତିବର୍ଷ ଜୁନ ୨୧ ତାରିଖରେ ପାଳନ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ତେବେ ଚଳିତବର୍ଷ ଯୋଗଦିବସର ବିଷୟ ରହିଛି ‘ବସୁଧୈବ କୁଟୁମ୍ବକମ’। ୨୦୧୪ ମସିହାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନ କ୍ରମେ ଏହି ଦିବସ ସାରା ଦେଶର ବିଭିନ୍ନ ସ୍ଥାନରେ ପାଳିତ ହୋଇ ଆସୁଛି। ପ୍ରଧାନମନ୍ତ୍ରୀ ଆମେରିକା ଗସ୍ତରେ ଥିବାବେଳେ ସେଠାରୁ ଯୋଗ ମନ୍ତ୍ର ଦେଇଛନ୍ତି। ପ୍ରତ୍ୟହ ଯୋଗ କରିବା ଉଚିତ ବୋଲି ସେ ସମସ୍ତଙ୍କୁ ବାର୍ତ୍ତା ଦେଇଛନ୍ତି। ଯୋଗ ଗୁରୁ ରାମଦେବ ଉତ୍ତରାଖଣ୍ଡର ହରିଦ୍ବାରରେ ଯୋଗ ଦିବସ ପାଳନ କରିଛନ୍ତି । ଏହାସହିତ ଦେଶର ବିଭିନ୍ନ ସାମାଜିକ ସଂସ୍ଥା, ସଂଗଠନ ଏବଂ ବେସରକାରୀ ସଂସ୍ଥା ପକ୍ଷରୁ ଯୋଗ କରାଯାଉଛି ।

Spread the love