Konark Festival, Sand Art Festival to kick start in Odisha today

ଆଜିଠୁ ଆରମ୍ଭ ହୋଇଯାଇଛି କୋଣାର୍କ ମହୋତ୍ସବ । ରଙ୍ଗୀନ ଅଲୋକମାଳାରେ ସଜେଇ ହୋଇଛି ଅର୍କକ୍ଷେତ୍ର କୋଣାର୍କ । କୋଣାର୍କ ସୂର୍ଯ୍ୟମନ୍ଦିର ପାଦଦେଶରେ ରଙ୍ଗମଞ୍ଚ ପରିସରରେ ୩୪ତମ କୋଣାର୍କ ଉତ୍ସବ ଏବଂ ଚନ୍ଦ୍ରଭାଗା ବେଳାଭୂମିରେ ବିଶିଷ୍ଟ ବାଲୁକା ଶିଳ୍ପୀମାନଙ୍କୁ ନେଇ ୧୩ତମ ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ଡିସେମ୍ବର ୧ରୁ ୫ତାରିଖ ପର୍ଯ୍ୟନ୍ତ ଚାଲିବ । କୋଣାର୍କ ଉତ୍ସବ ପାଇଁ ସମଗ୍ର ଅଞ୍ଚଳରେ ଉତ୍ସାହ ବୃଦ୍ଧି ପାଇଛି। ଦେଶ ବିଦେଶର ବିଶିଷ୍ଠ ବାଲୁକା ଶିଳ୍ପୀ ମାନେ ଏହି ଉତ୍ସବରେ ଭାଗ ନେଇଛନ୍ତି । କୋଣାର୍କ ଉତ୍ସବ ପାଇଁ ମୁକ୍ତାକାଶ ରଙ୍ଗମଞ୍ଚ ଗ୍ରୀନ ରୁମ୍‌, ରଙ୍ଗମଞ୍ଚ ସ୍ଥଳ, ଦର୍ଶକ ଗ୍ୟାଲେରୀ, ମୁଖ୍ୟ ଫାଟକ, କୋଣାର୍କ ଯାତ୍ରୀନିବାସ ପରିସରରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସରିଥିବା ବେଳେ ବ୍ୟାପକ ଆଲୋକ ସଜ୍ଜା କୋଣାର୍କ ଉତ୍ସବର ଶ୍ରୀବର୍ଦ୍ଧନ କରୁଛି । ଚଳିତ ବର୍ଷ ଓଡ଼ିିଶୀ, ଭାରତନାଟ୍ୟମ, ମୋହିନୀ ଆଟ୍ଟ୍ୟମ, କଥକ ସମେତ ଉଚ୍ଚମାନର ନୃତ୍ୟ ପରିବେଷଣ କରାଯିବ। ଏହାସହ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଚନ୍ଦ୍ରଭାଗା ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ଆୟୋଜନ ଅବସରରେ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ ଆନୁକୁଲ୍ୟରେ ପ୍ରଥମ ଥର ପାଇଁ ରାଜ୍ୟସ୍ତରୀୟ ହସ୍ତଶିଳ୍ପ ସାମଗ୍ରୀ ମେଳା ଆୟୋଜନ ହୋଇଛି।

Spread the love