World famous Joranda Magha Mela kicks off in Odisha

ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମାଗାଦିରେ ୧୫୦ ତମ ଯୋରନ୍ଦା ମେଳା ବା ପ୍ରଭୁ ପୂର୍ଣ୍ଣିମା ଉତ୍ସବ ଆଜି ଆରମ୍ଭ ହେବ। ସେଥିପାଇଁ ଜିଲ୍ଲା, ବ୍ଲକ୍‌ ଓ ପଞ୍ଚାୟତ ପ୍ରଶାସନ ସମେତ ସାଧୁସମାଜ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଦୁଇବର୍ଷ ହେଲା କୋଭିଡ୍ କଟକଣା ଯୋଗୁଁ ଯୋରନ୍ଦା ମେଳା ଅନୁଷ୍ଠିତ ହୋଇପାରି ନଥିଲା। ତେଣୁ ଚଳିତବର୍ଷ ପ୍ରବଳ ଜନ ସମାଗମ ହେବା ଆଶା କରାଯାଉଛି। ଆଜି ମଧ୍ୟାହ୍ନ ସୁଦ୍ଧା ଝାଡ଼ବତି ପ୍ରସ୍ତୁତ କରାଯାଇ ସନ୍ଧ୍ୟା ୫ଟା ୩୦ ମିନିଟ୍‌ରେ ବରିଷ୍ଠ ସନ୍ନ୍ୟାସୀମାନଙ୍କ ଦ୍ୱାରା ପଶ୍ଚିମ ଦିଗ ଝାଡ଼ରେ ପ୍ରଥମେ ଅଗ୍ନି ସଂଯୋଗ କରାଯିବ। ପରେ ଅନ୍ୟ ଝାଡ଼ରେ ବରିଷ୍ଠ ବଳ୍କଳଧାରୀ ସନ୍ନ୍ୟାସୀମାନେ ଅଗ୍ନି ସଂଯୋଗ କରିବେ ବୋଲି ସୂଚନା ଦିଆଯାଇଛି।

Spread the love