2 Odisha Cricketers In IPL 2023 Player Auction List

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଲ୍‌)ର ନିଲାମୀ ପ୍ରକ୍ରିୟାରେ ଦୁଇ ଓଡ଼ିଆ ସାମିଲ ହୋଇଛନ୍ତି। ରାଜେଶ ମହାନ୍ତି ଓ ମୁସ୍ତାକ ବେଗ ଆଇପିଏଲ ୨୦୨୩ ନିଲାମୀରେ ନଜର ଆସିବେ। ଓଡ଼ିଶା କ୍ରିକେଟ ଆସୋସିଏସନ୍‌ (ଓସିଏ) ସଂପାଦକ ସଂଜୟ ବେହେରା ଏହି ସୂଚନା ଦେଇଛନ୍ତି। ଶ୍ରୀ ବେହେରା କହିଛନ୍ତି ଯେ, ଗତଥର ‘ମୁସ୍ତାକ ଅଲି ଟ୍ରଫି’ରେ ଭଲ ପଦର୍ଶନ ପରେ ଓସିଏ ଉଭୟ ରାଜେଶ ଓ ମୁସ୍ତାକଙ୍କ ନାଁ ଆଇପିଏଲ ନିଲାମୀ ପାଇଁ ସୁପାରିଶ କରିଥିଲା। ତେବେ ପୂର୍ବରୁ ଓଡିଶା ଟିମ୍‌ର ଅଧିନାୟକ ଶୁଭ୍ରାଂଶୁ ସେନାପତିଙ୍କୁ ରିଟେନିଙ୍ଗ ଖେଳାଳି ହିସାବରେ ଚେନାଇ ସୁପର କିଙ୍ଗ୍‌ସ ନିଜ ଦଳରେ ରଖିଛି । ଆଇପିଏଲ୍‌-୨୦୨୩ ପାଇଁ ମୋଟ ୪୦୫ ଜଣ ଖେଳାଳି ନିଲାମୀ ତାଲିକା ଭୁକ୍ତ ହୋଇଛନ୍ତି। ସେଥିମଧ୍ୟରୁ ୨୩୭ ଭାରତୀୟ, ୧୩୨ ବିଦେଶୀ ଖେଳାଳି ରହିଛନ୍ତି। ତେବେ ଆସନ୍ତା ୨୩ ତାରିଖରେ କୋଚିରେ ଏହି ମେଗା ନିଲାମୀ ପ୍ରକ୍ରିୟା ଅନୁଷ୍ଠିତ ହେବ। ଯେଉଁଡି ୧୦ଟି ଟିମ ପାଇଁ ଖେଳାଳି ନିଲାମରେ ହେବ ମହା ଲଢ଼େଇ ।

Spread the love