After recuperating from a fever, the Holy Trinity appeared in the Nabajoubana Besha today.

ଆସନ୍ତାକାଲି ମହାପ୍ରଭୁଙ୍କର ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଏହାପୂର୍ବରୁ ଆଜି ସକାଳ ୮ଟାରୁ ଆରମ୍ଭ ହୋଇଛି ଶ୍ରୀଜିଉଙ୍କର ନବଯୌବନ ଦର୍ଶନ। ଚଳିତ ଥର ମାତ୍ର ୩ ଘଣ୍ଟା ନବଯୌବନ ବେଶରେ ଦର୍ଶନ ଦେଇଛନ୍ତି ମହାପ୍ରଭୁ। ସକାଳ ୮ଟାରୁ ୯ଟା ପରିମାଣିକ ଦର୍ଶନ ଓ ସକାଳ ୯ଟାରୁ ପୂର୍ବାହ୍ନ ୧୧ଟା ସାହାଣମେଲା ଦର୍ଶନ ହୋଇଛି । ଆଜି ପରିମାଣିକ ଦର୍ଶନ ଲାଗି ୫ ହଜାର ଟିକେଟ୍ ବିକ୍ରି କରାଯାଇଥିବା ଜଣାଯାଇଛି। ପୂର୍ବାହ୍ନ ୧୧ଟାରୁ ଦର୍ଶନ ବନ୍ଦ ହୋଇ ରଥଯାତ୍ରା ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । କିନ୍ତୁ, ଯେଉଁ ଭକ୍ତମାନେ ଦର୍ଶନ ବଦଳରେ ବେଢ଼ା ପରିକ୍ରମା କରିବାକୁ ଚାହୁଁଛନ୍ତି, ସେମାନେ ବେଢ଼ା ପରିକ୍ରମା କରିପାରିବେ। ଏଥିପାଇଁ ପ୍ରଶାସନିକ ପକ୍ଷରୁ ବିଶେଷ ବ୍ୟବସ୍ଥା ହୋଇଛି। ଏପଟେ ଚକା ବିଜେ କରିଥିବା ଶ୍ରୀଜିଉଙ୍କ ଚକା ଅପସର ନୀତି ସକାଳ ୬ଟାରେ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ପଟିଦିଅଁଙ୍କଠାରେ ଦୈନନ୍ଦିନ ନୀତିକାନ୍ତି ଆରମ୍ଭ ହୋଇଥିଲା। ଭୋର ୬ଟା ୧୦ରେ ମଙ୍ଗଳ ଆଳତି, ୬ଟା ୨୫ରେ ମଇଲମ, ୭ଟାରେ ଅବକାଶ ନୀତି ଅନୁଷ୍ଠିତ ହୋଇଥିଲା। ସକାଳ ସାଢ଼େ ୭ଟାରେ ଶ୍ରୀଜିଉଙ୍କ ଅଣସର ସମୟରେ ପୂଜା ପାଉଥିବା ପଟିଦିଅଁଙ୍କ ବାହୁଡ଼ା ବିଜେ ନୀତି ଅନୁଷ୍ଠିତ ହୋଇଥିଲା। ଏହାସହିତ ସକାଳେ ଅଣସର ତାଟି ଫିଟିବା ପରେ ମହାପ୍ରଭୁ ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି।

Spread the love